ETV Bharat / sitara

ୟୁରୋପରେ ଏକ ପେଣ୍ଟିଂ ଦେଖି ବଦଳି ଯାଇଥିଲେ ସୁଶାନ୍ତ !

ସୁଶାନ୍ତଙ୍କ ୟୁରୋପ ଟ୍ରିପକୁ ନେଇ ଚର୍ଚ୍ଚା । କାରଣ ୟୁରୋପ ଟ୍ରିପରୁ ଆସିବା ପରଠୁ ସେ ଚୁପଚାପ ହୋଇଯାଇଥିଲେ । ଆଉ ଅଧିକ ଶୋଉଥିଲେ ମଧ୍ୟ । ତାଙ୍କ ବ୍ୟବହାର ମଧ୍ୟ ବଦଳିଯାଇଥିଲା ବୋଲି ନିକଟରେ କହିଛନ୍ତି ରିଆ ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Aug 12, 2020, 2:51 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ପରଠୁ ଗୋଟିଏ କଥାର ଚର୍ଚ୍ଚା ସବୁବେଳେ ହେଉଛି । ତାହା ହେଲେ ତାଙ୍କ ୟୁରୋପ ଯାତ୍ରା । ଏହି ଟ୍ରିପ ପରଠୁ ସୁଶାନ୍ତ ସମ୍ପୂର୍ଣ୍ଣ ବଦଳିଯାଇଥିଲେ ବୋଲି ବର୍ତ୍ତମାନ କୁହାଯାଉଛି । ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କିମାରୁଛି ଯେ ୟୁରୋପ ଟ୍ରିପରେ ଏମିତି ସୁଶାନ୍ତଙ୍କ ସହ କଣ ହୋଇଥିଲା, ଯାହାପରେ ସେ ବଦଳିଯାଇଥିଲେ । ସେପଟେ ତାଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ୟୁରୋପ ଟ୍ରିପକୁ ନେଇ ଆଶ୍ଚର୍ଯ୍ୟକର କଥା କହିଛନ୍ତି । ସେ ଦାବି କରିଛନ୍ତି ଯେ ୟୁରୋପ ଟ୍ରିପରେ ସୁଶାନ୍ତ ଏକ ପେଣ୍ଟିଂ ଦେଖିବା ପରଠୁ ଆଶ୍ଚର୍ଯ୍ୟକର ବ୍ୟବହାର କରିବା ଆରମ୍ଭ କରିଥିଲେ । ତେବେ ସେ କେଉଁ ପେଣ୍ଟିଂକୁ ଦେଖି ଏମିତି ବ୍ୟବହାର କରୁଥିଲେ ଆସନ୍ତୁ ଜାଣିବା...

ରିଆଙ୍କ ଅନୁଯାଯୀ ୟୁରୋପ ଟ୍ରିପ ସମୟରେ ସୁଶାନ୍ତଙ୍କ ରୁମରେ ଏକ ପେଣ୍ଟିଂ ଥିଲା । ଯେଉଁଥିରେ ଦେଖିବାକୁ ମିଳୁଥିଲା ସଟର୍ନ(ଶନି) ନିଜ ସନ୍ତାନକୁ ଖାଉଥିଲେ । ଏହାପରେ ରିଆ ତାଙ୍କୁ ପଚାରିଥିଲେ କଣ ହୋଇଛି । ଯାହାର ଜବାବରେ ସୁଶାନ୍ତ କହିଥିଲେ ସେ ଏହି ପେଣ୍ଟିଂର ଚରିତ୍ରକୁ ସ୍ପଷ୍ଟ ଭାବେ ଦେଖିପାରୁଛନ୍ତି ।

ଖାଲି ଏତିକି ନୁହେଁ ରିଆ ଆହୁରି କହିଛନ୍ତି ଯେ ପେଣ୍ଟିଂ ଦେଖିବା ପରେ ସୁଶାନ୍ତଙ୍କ ଅଦୃଶ୍ୟ ଜିନିଷ ଦେଖାଯିବା ଆରମ୍ଭ ହୋଇଥିଲା । ପ୍ରକାଶ ଥାଉକି ରିଆ ଯେଉଁ ପେଣ୍ଟିଂ ବିଷୟରେ କହିଛନ୍ତି, ତାହା ଫ୍ରାନ୍ସିସ୍କୋ ଡି ଗୋୟା ତିଆରି କରିଥିଲେ । ଯିଏ ସ୍ପେନର ମହାନ ଚିତ୍ରକାର ଥିଲେ । ଏହି ପେଣ୍ଟିଂକୁ‌ ଗୋୟା ଗ୍ରୀକର ପାରମ୍ପାରିକ ମାନ୍ୟତାର ଆଧାର ରୂପେ ତିଆରି କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.