ETV Bharat / sitara

‘ଚେହରେ’ ପୋଷ୍ଟରରୁ ହଟିଲେ ରିଆ !

author img

By

Published : Mar 4, 2021, 1:10 PM IST

ରିଆଙ୍କୁ ନେଇ ବଡ ଖବର ଶୁଣିବାକୁ ମିଳୁଛି । ଆଗାମୀ ଫିଲ୍ମ ପୋଷ୍ଟରୁ ତାଙ୍କୁ ହଟାଇ ଦେଇଛନ୍ତି ମେକର୍ସ । ଅଧିକ ପଢନ୍ତୁ...

‘ଚେହରେ’ ପୋଷ୍ଟରରୁ ହଟିଲେ ରିଆ
‘ଚେହରେ’ ପୋଷ୍ଟରରୁ ହଟିଲେ ରିଆ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ସମସ୍ୟା ଘେରରେ ରହିଆସୁଛନ୍ତି ତାଙ୍କ କଥିତ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ । କେବେ ଡ୍ରଗ୍ସ ମାମଲାରେ ଜେଲ ଯାଇଛନ୍ତି ତ କେବେ ପ୍ରୋଜେକ୍ଟରୁ ହାତ ଧୋଇବାକୁ ପଡିଛି । ଇତିମଧ୍ୟରେ ତାଙ୍କୁ ନେଇ ନୂଆ ଖବର ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ବର୍ତ୍ତମାନ ରିଆ ମେକର୍ସଙ୍କ ଟାର୍ଗେଟରେ।

‘ଚେହରେ’ ପୋଷ୍ଟରରୁ ହଟିଲେ ରିଆ
‘ଚେହରେ’ ପୋଷ୍ଟରରୁ ହଟିଲେ ରିଆ

ଆଜ୍ଞା ହଁ, ନିକଟରେ ଫିଲ୍ମ ‘ଚେହରେ’ ପୋଷ୍ଟରରୁ ରିଆଙ୍କୁ ହଟାଇ ଦିଆଯାଇଥିଲା । ଫିଲ୍ମରେ ମହାନାୟକ ଅମିତାଭ ବଚ୍ଚନ, ଇମ୍ରାନ ହାସମୀ, ଅନୁ କପୁର, କ୍ରିଷ୍ଟଲ ଡିସୁଜା, ରଘୁବୀର ଯାଦବ ଏବଂ ବଙ୍ଗୀୟ ଆକ୍ଟର ଧୃତିମାନ ଚାଟାର୍ଜୀଙ୍କୁ ଦେଖିବାକୁ ମିଳିବ ।

ଦୁଃଖଦ କଥା ହେଲା ଯେ ଏହି ସବୁ କଳାକାର ପୋଷ୍ଟରରେ ଥିବା ବେଳେ ରିଆଙ୍କୁ ହଟାଇ ଦେଇଛନ୍ତି ମେକର୍ସ । ଯାହାକୁ ନେଇ ନିରାଶ ଅଭିନେତ୍ରୀ । ହେଲେ ତାଙ୍କ ସମର୍ଥନରେ ନଜର ଆସୁଛନ୍ତି ନିର୍ଦ୍ଦେଶକ ରୁମୀ ଜାଫରୀ ।

ଯଦି ସବୁ କିଛି ଠିକ୍ ରହିଲା ତେବେ ‘ଚେହରେ’ରେ ନିର୍ଦ୍ଦେଶନା ଦେଇଥିବା ରୁମୀ ତାଙ୍କୁ ନେଇ ନିଜର ଆଗାମୀ ଫିଲ୍ମ ନିର୍ମାଣ କରିବେ । ପ୍ରକାଶ ଥାଉକି ରୁମୀ ସ୍ଥିର କରିଥିଲେ ଏହି ଫିଲ୍ମରେ ସେ ସୁଶାନ୍ତ ଓ ରିଆଙ୍କୁ ନେବା ପାଇଁ । ହେଲେ ଯାହା ସମ୍ଭବ ହୋଇପାରିଲାନି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.