ETV Bharat / sitara

‘ଖତୋରୋଁ କେ ଖିଲାଡି 11’ରେ ଷ୍ଟଣ୍ଟ କରିବେ ଏହି ପ୍ରତିଯୋଗୀ, ଜାଣନ୍ତୁ କିଏ?

author img

By

Published : May 8, 2021, 12:46 PM IST

ଜାରି ହେଲା ‘ଖତୋରୋଁ କେ ଖିଲାଡି 11’ର ପ୍ରତିଯୋଗୀଙ୍କ ତାଲିକା । ଏଥର ଶୋରେ ଜବରଦସ୍ତ ଷ୍ଟଣ୍ଟ କରିବେ ଅନେକ ଜଣାଶୁଣା କଳାକାର । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଆକ୍ସନ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଫେମସ ରିୟାଲିଟି ଶୋ ‘ଖତରୋଁ କେ ଖିଲାଡି’ ସିଜନ 11କୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା । ଖୁବଶୀଘ୍ର ପ୍ରସାରଣ ହେବାକୁ ଯାଉଛି ଏହି ଆକ୍ସନଭରା ଶୋ । ସେହିପରି ଦର୍ଶକଙ୍କ ମଧ୍ୟ ଉତ୍ସାହିତ ଅଛନ୍ତି ଶୋରେ ସାମିଲ ହେବାକୁ ଯାଉଥିବା ସେଲିବ୍ରିଟି ପ୍ରତିଯୋଗୀଙ୍କୁ ନେଇ । ଇତିମଧ୍ୟରେ ସାମ୍ନାକୁ ଆସିଯାଇଛି ଏଥର ସିଜନରେ ଭାଗ ନେବାକୁ ଯାଉଥିବା ପ୍ରତିଯୋଗୀଙ୍କ ନାଁ । ତେବେ ଆସନ୍ତୁ ନଜର ପକାଇବା ରୋହିତଙ୍କ ସହ ଷ୍ଟଣ୍ଟ ଦୁନିଆରେ ପ୍ରବେଶ କରିବାକୁ ଯାଉଛନ୍ତି ଏହି ସେଲିବ୍ରିଟିଙ୍କ ଉପରେ...

ପ୍ରଥମ ନାମ ହେଉଛି ଟିଭିର ପପୁଲାର ବୋହୂ ତଥା ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ । ସବୁବେଳେ ଶାନ୍ତ ରହୁଥିବା ଦିବ୍ୟାଙ୍କାଙ୍କୁ ଏଥର ଦର୍ଶକ ଆକ୍ସନ କରୁଥିବାର ଦେଖିବେ ।

ଦିବ୍ୟାଙ୍କାଙ୍କ ବ୍ୟତୀତ ପପୁଲାର ଗାୟିକା ଆସ୍ଥା ଗିଲଙ୍କୁ ମଧ୍ୟ ମିଳିଛି ‘ଖତରୋଁ କେ ଖିଲାଡି’ ସିଜନ 11 ଟିକେଟ । ଯିଏ ଫେମସ ଗୀତ ‘ଡିଜେ ବାଲେ ବାବୁ3, ‘ପ୍ରପର ପଟୋଲା’ ଭଳି ଶାନଦାର ଗୀତ ଗାଇସାରିଛନ୍ତି ।

ସେପଟେ ଫେମସ ଆକ୍ଟର ବିଶାଲ ଆଦିତ୍ୟ ସିଂଙ୍କୁ ମଧ୍ୟ ଏହି ଶୋରେ ଦେଖିବାକୁ ମିଳିବ । ଏହାବ୍ୟତୀତ ସେ ରିୟାଲିଟି କପଲ ଡାନ୍ସ ଶୋ ‘ନଚ ବଲିଏ 9’ ଏବଂ ‘ବିଗବସ 13’ରେ ମଧ୍ୟ ନଜର ଆସିସାରିଛନ୍ତି ।

ଅଭିନେତ୍ରୀ ରୁବିନା ଦିଲୈକଙ୍କ ସ୍ବାମୀ ତଥା ଅଭିନେତା ଅଭିନବ ଶୁକ୍ଲାଙ୍କୁ ‘ଖତରୋଁ କେ ଖିଲାଡି’ 11ରେ ସାମିଲ କରାଯାଇଛି । ସେହିପରି ‘ବିଗବସ 14’ ଫେମ ତଥା ଗାୟିକ ରାହୁଲ ବୈଦ୍ୟ ମଧ୍ୟ ଏହି ଶୋରେ ପ୍ରତିଯୋଗୀ ରୂପେ ନଜର ଆସିବେ ।

ରାହୁଲଙ୍କ ବ୍ୟତୀତ ମରାଠୀ ଅଭିନେତ୍ରୀ ନିକ୍କି ତମ୍ବୋଲି, ମହକ ଚହଲ, ଅର୍ଜୁନ ବିଜଲାନୀ, ବରୁଣ ସୁଦ, ଅନୁଷ୍କା ସେନ, ସୌରଭ ରାଜ ଜୈନ, ସନା ମକବୁଲ ଭଳି ସେଲିବ୍ରିଟି ‘ଖତୋରଁ କେ ଖିଲାଡି’ ପ୍ରତିଯୋଗୀ ସାଜି କରିବେ ଜବରଦସ୍ତ ଷ୍ଟଣ୍ଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.