ନୂଆଦିଲ୍ଲୀ : କୋରୋନା ସଙ୍କଟ ସମୟରେ ଅନେକ ସେଲିବ୍ରିଟି ଦେଶବାସୀଙ୍କ ସେବା କରିବା ପାଇଁ ଆଗେଇ ଆସୁଛନ୍ତି । ଏହି କ୍ରମରେ ଏବେ ଆଉ ଏକ ନୂଆ ନାଁ ସାମିଲ ହୋଇଛି । ସେ ଆଉ କେହି ନୁହେଁ ସେ ହେଉଛନ୍ତି ବଲିଉଡର ଟିପ ଟିପ ଗାର୍ଲ ରବିନା ଟଣ୍ତନ । ରବିନା ଏବେ ଦିଲ୍ଲୀବାସୀଙ୍କ ପାଇଁ ରିଅଲ ହିରୋଇନ ସାଜିଛନ୍ତି ।
- " class="align-text-top noRightClick twitterSection" data="
">
ଦେଶର ଅକ୍ସିଜେନ୍ ସଂକଟ ଦେଖିବାକୁ ମିଳିଥିବାବେଳେ ରବିନା ସହଯୋଗର ହାତ ବଢାଇଛନ୍ତି । ସେ ଦିଲ୍ଲୀକୁ ପଠାଇଛନ୍ତି ଅକ୍ସିଜେନ୍ ସିଲିଣ୍ଡର । ଯାହାର ସୂଚନା ସେ ନିଜେ ଟ୍ବିଟ କରି ଜଣାଇଛନ୍ତି ।
-
Team enroute Delhi. A drop in the ocean , but hoping it’ll help those few at least . #rudrafoundation #ourfirstlot pic.twitter.com/SP10jsLivd
— Raveena Tandon (@TandonRaveena) May 7, 2021 " class="align-text-top noRightClick twitterSection" data="
">Team enroute Delhi. A drop in the ocean , but hoping it’ll help those few at least . #rudrafoundation #ourfirstlot pic.twitter.com/SP10jsLivd
— Raveena Tandon (@TandonRaveena) May 7, 2021Team enroute Delhi. A drop in the ocean , but hoping it’ll help those few at least . #rudrafoundation #ourfirstlot pic.twitter.com/SP10jsLivd
— Raveena Tandon (@TandonRaveena) May 7, 2021
ରବିନା ଟ୍ବିଟ୍ କରି କହିଛନ୍ତି ଯେ, ଦିଲ୍ଲୀ ଅଭିମୁଖେ ଗୋଟିଏ ଟିମ୍ ଯାଉଛି । ଗଭୀର ସମୁଦ୍ରରୁ ମୁଁ ଦେଇଥିବା ଗୋଟିଏ ବୁନ୍ଦା ବି ଆପଣଙ୍କ କାମରେ ଆସିବ । ସେପଟେ ରବିନାଙ୍କ ଏହି ସାହାଯ୍ୟରେ ଫ୍ୟାନ୍ସଙ୍କ ମନରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି ।
ଜଣେ ଫ୍ୟାନ୍ସ କହିଛନ୍ତି, ଆପଣ ଆମପାଇଁ ରିଅଲ ଲାଇଫ ହିରୋଇନ ସାଜିଗଲେ ।
ଆଉ ଜଣେ ଫ୍ୟାନ୍ସ କହିଛନ୍ତି, ଲୋକଙ୍କୁ ସାହାଯ୍ୟ କରିଥିବାରୁ ଆପଣଙ୍କୁ ଧନ୍ୟବାଦ ।