ETV Bharat / sitara

ରବୀନା ଓ ମନୀଷଙ୍କ ଜୋରଦାର ଝଗଡା, ଗୋଟିଏ ଘଣ୍ଟା ବନ୍ଦ ରହିଲା ଶୋ’ - ସଲମାନ ଖାନଙ୍କ ପ୍ରଡକ୍ସନ

ଏଥର ‘ନଚ ବଲିଏ-ସିଜିନ୍‌ 9’ରେ ପ୍ରତିଯୋଗୀଙ୍କ ମଧ୍ୟରେ ନୁହେଁ ଶୋ’ର ହୋଷ୍ଟ ମନୀଷ ଓ ଜଜ୍‌ ରବୀନାଙ୍କ ମଧ୍ୟରେ ଲାଗିଛି ଝଗଡା । ଫଳରେ ସେଟ୍‌ ଛାଡି ଚାଲିଯାଇଥିଲେ ରବୀନା ।

ଡିଜାଇନ ଫଟୋ
author img

By

Published : Sep 14, 2019, 11:23 PM IST

ମୁମ୍ବାଇ: ସଲମାନ ଖାନଙ୍କ ପ୍ରଡକ୍ସନରେ ନିର୍ମିତ ଶୋ’ ‘ନଚ ବଲିଏ-ସିଜିନ 9’ ଡ୍ୟାନ୍ସ ସହ ଅନେକ ବାଦ ବିବାଦକୁ ନେଇ ସବୁବେଳେ କଣ୍ଟ୍ରୋଭର୍ସିରେ ରହିଆସିଛି । କେବେ ଶୋ’ରେ ଏକ୍ସ କପଲଙ୍କ ଝଗଡା ତ କେବେ ପୁଣି ପ୍ରେମ ଦେଖିବାକୁ ମିଳିଥାଏ । କିନ୍ତୁ ଇତି ମଧ୍ୟରେ ଏମିତି କିଛି ଶୋ’ରେ ଘଟିଛି ଯାହାକୁ ନେଇ ଶୋ’ର ଜଜ୍‌ ତଥା ଅଭିନେତ୍ରୀ ରବୀନା ଟଣ୍ଡନ ଶୋ’ ଛାଡି ପଳାଇଥିଲେ ।

କଥାଟି ହେଲା ଶୋ’ର ହୋଷ୍ଟ ମନୀଷ ପଲଙ୍କ ସହ ଗୋଟିଏ ମଜାକକୁ ନେଇ ରବୀନାଙ୍କ ଏମିତି ଝଗଡା ହୋଇଥିଲା, ଯାହା ପରେ ରବୀନା ପାଖାପାଖି ଗୋଟିଏ ଘଣ୍ଟା ପାଇଁ ଶୋ’ ବନ୍ଦ କରାଇ ସେଟରୁ ପଳାଇଥିଲେ ।

ମନୀଷଙ୍କ ମଜାଦାର ଅନ୍ଦାଜ ଦର୍ଶକ ଓ ଜଜ୍‌ଙ୍କୁ ସବୁବେଳେ ହସାଇଥାଏ । କିନ୍ତୁ ଏଥର ତାଙ୍କ କମେଡି ରବୀନାଙ୍କୁ ପସନ୍ଦ ଆସିନଥିଲା । ଯାହାକୁ ନେଇ ସେ ଖୁବ୍ ରାଗି ଯାଇଥିଲେ ।

ପ୍ରକାଶ ଥାଉକି ରବୀନା କାନରେ ଇୟରଫୋନ ଲଗାଇଥିଲେ, ଯାହାଦ୍ବାରା ତାଙ୍କୁ ବ୍ୟାକ ଷ୍ଟେଜରୁ ନିର୍ଦ୍ଦେଶ ଦିଆଯାଉଥିଲା । ଠିକ୍ ସେହି ସମୟରେ ମନୀଷ ତାଙ୍କ ସହ ମଜାକ କରୁଥିଲେ ଯେଉଁଥିରେ ରବୀନା ଚିଡି ଗଲେ । ତାଙ୍କୁ ଲାଗିଲା କି ମନୀଷ ଏପରି ବ୍ୟବହାର ତାଙ୍କୁ ଚିଡେଇବା ପାଇଁ କରୁଛନ୍ତି । ଆଉ ସଙ୍ଗେ ସଙ୍ଗେ କ୍ୟାମେରା ବନ୍ଦ ହେବା ମାତ୍ରେ ମନୀଷଙ୍କୁ ଚେତାବନୀ ଦେଇଥିଲେ କି ସେ ଏପରି ବ୍ୟବହାର ତାଙ୍କ ସହ ନକରନ୍ତୁ ।

ଅନ୍ୟପଟେ ମନୀଷ ମଧ୍ୟ ଜବାବ ଦେଇ କହିଥିଲେ ସେ କେବଳ ନିଜ କାମ କରୁଛନ୍ତି । ଦୁଇ ଜଣଙ୍କ ଝଗଡା ଏତିକିରେ ଶେଷ ହୋଇନଥିଲା । ମନୀଷଙ୍କ ଏହି କଥା ଶୁଣି ରବୀନା ମାଇକ ପିଙ୍ଗି ସେଟ ଛାଡି ଚାଲିଯାଇଥିଲେ ।

Intro:Body:

prabhu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.