ମୁମ୍ବାଇ: ଫେକ 'ଫଲୋଅର୍ସ ଏବଂ ଲାଇକ' ସହ ଜଡିତ ସମ୍ବେଦନଶୀଳ ସୋସିଆଲ ମିଡିଆ ରାକେଟର ଅନୁସନ୍ଧାନ ଜାରି ରଖି ମୁମ୍ବାଇ ପୋଲିସ ରାପର ବାଦଶାହଙ୍କ ସମେତ ଅତି କମରେ 20 ଜଣଙ୍କ ଯାଞ୍ଚ କରିଛି ।
ସରକାରୀ ସୂତ୍ର ଶନିବାର ଦିନ ଏହି ସୂଚନା ଦେଇଛନ୍ତି ।
ଏହା ପରେ ଶୁକ୍ରବାର ଦିନ କ୍ରାଇମ ଇଣ୍ଟେଲିଜେନ୍ସ ୟୁନିଟ୍ (ସିଆଇୟୁ) ଦ୍ୱାରା ବାଦଶାହଙ୍କୁ 10 ଘଣ୍ଟା ପଚରାଉଚରା କରାଯାଇଥିଲା ।
ପଚରାଉଚରା ପରେ ମୁମ୍ବାଇ ପୋଲିସ କହିଛି ଯେ, ବାଦଶାଦ ସ୍ୱୀକାର କରିଛନ୍ତି ଯେ ତାଙ୍କର ଗୋଟିଏ ଗୀତର ଭିଡିଓର ଭ୍ୟୁ ବଢାଇବା ପାଇଁ ସେ 72 ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । 72 ମିଲିୟନ୍ ଭ୍ୟୁ, 72 ଲକ୍ଷ ।
ବାଦଶାହା 24 ଘଣ୍ଟା ମଧ୍ୟରେ ୟୁଟ୍ୟୁବରେ ରେକର୍ଡ ସ୍ଥାପନ କରିବାକୁ ଚାହୁଁଥିଲେ ।
ଡେପୁଟି ପୋଲିସ କମିଶନର ନନ୍ଦକୁମାର ଠାକୁର କହିଛନ୍ତି ଯେ, ବାଦଶାହା ନିଜେ ଆମକୁ କହିଛନ୍ତି ଯେ ସେ 24 ଘଣ୍ଟା ମଧ୍ୟରେ ୟୁଟ୍ୟୁବରେ ଭ୍ୟୁରସିପଙ୍କ ରେକର୍ଡ ବ୍ରେକ କରିବାକୁ ଚାହୁଁଥିଲେ । ତେଣୁ ସେ ଏକ କମ୍ପାନୀକୁ 72 ଲକ୍ଷ ଟଙ୍କା ଦେଇଛନ୍ତି ।
ଏହି ବିଷୟରେ ଯେତେବେଳେ ବାଦଶାହାଙ୍କୁ ପଚରାଗଲା, ସେ ତାଙ୍କ ଉପରେ ଥିବା ଅଭିଯୋଗକୁ ଭିତ୍ତିହୀନ ବୋଲି କହିଥିଲେ । ଏଥିସହିତ ସେ କହିଥିଲେ ଯେ ମୁମ୍ବାଇ ପୋଲିସ ମୋ ଉପରେ ଯାହା ଅଭିଯୋଗ କରୁଛି ତାହା ମିଥ୍ୟା ଅଟେ । ମୁଁ ଏହିପରି କିଛି କରି ନାହିଁ ।
ବର୍ତ୍ତମାନ ସୁଦ୍ଧା ଏହି ମାମଲାର ତଦନ୍ତ ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ