ନୂଆଦିଲ୍ଲୀ : ବଲିଉଡର ଗଲିବୟ ତାରକା ରଣବୀର ସିଂ ତାଙ୍କର ଆଗାମୀ ଫିଲ୍ମ ସର୍କସର ସୁଟିଂ ଆରମ୍ଭ କରିଛନ୍ତି । ଏହି ଫିଲ୍ମର ସୁଟିଂ ସେଟରୁ ଅଭିନେତା ଇନଷ୍ଟାଗ୍ରାମ ଆକାଉଣ୍ଟରେ ତିନୋଟି ଫଟୋ ସେୟାର କରିଛନ୍ତି ।
ଗୋଟିଏ ଫଟୋରେ ରଣବୀର ଥିଏଟର ଭିତରେ ଥିବାବେଳେ ଅନ୍ୟ ଏକ ଫଟୋରେ ସେ ଥିଏଟର ବାହାରେ ଥିବାର ଦେଖିବାକୁ ମିଳିଥିଲା ।
- " class="align-text-top noRightClick twitterSection" data="
">
ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ ସର୍କସରେ ୱିଲିୟମ୍ ସେକ୍ସପିୟରଙ୍କ ନାଟକ କମେଡି ଅଫ୍ ଏରର୍ସର ଏକ ଆଡାପ୍ଟେସନ୍ ରହିଛି । ଯେଉଁଥିରେ ରଣବୀର ଡବଲ୍ ଭୂମିକାରେ ନଜର ଆସିବେ ।
ହଁ, ଆସନ୍ତା ମାସରୁ ସର୍କସର ସୁଟିଂ ହେବ ।
ପ୍ରକାଶ ଥାଉ ଯେ, ଆଗାମୀ ସମୟରେ ରଣବୀର କବୀର ଖାନଙ୍କ ଫିଲ୍ମ ‘83’ ରେ ନଜର ଆସିବେ । ଏହା ବ୍ୟତୀତ ଅଭିନେତା ଫିଲ୍ମ 'ସୂର୍ୟାବଂନ୍ସି'ରେ ନଜର ଆସିବେ ଯେଉଁଥିରେ ଅକ୍ଷୟ କୁମାର, ଅଜୟ ଦେବଗନ ଏବଂ କ୍ୟାଟ୍ରିନାଙ୍କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ।
ନିକଟରେ ରଣବୀର ବଲିଉଡରେ 10 ବର୍ଷ ପୂରଣ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ