ନୂଆଦିଲ୍ଲୀ: ବଲିଉଡର ସିମ୍ବା ଅର୍ଥାତ୍ ରଣଭୀର ସିଂ ଫିଲ୍ମ ଇଣ୍ଡଷ୍ଟ୍ରିରେ 10 ବର୍ଷ ପୂରଣ କରିଛନ୍ତି । ଦୀର୍ଘ ଦିନର ସଂଘର୍ଷ ପରେ ଗୋଟିଏ ପରେ ଗୋଟିଏ ବଡ଼ ଚଳଚ୍ଚିତ୍ରରେ କାମ କରିବାକୁ ରଣଭୀର ସିଂ ଅଫର ପାଇଛନ୍ତି ।
ଏକ ସମୟ ଥିଲା, ଯେତେବେଳେ ରଣଭୀର ଚଳଚ୍ଚିତ୍ରରେ କାମ କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଦଶ ବର୍ଷ ମଧ୍ୟରେ ରଣଭୀର ଚଳଚ୍ଚିତ୍ର ଜଗତରେ ଯେପରି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି, ସେହିପରି ପରିଚୟ ଆଉ କୌଣସି କଳାକାର କରିପାରିବେ ନାହିଁ । କିନ୍ତୁ ତାଙ୍କର କଠିନ ପରିଶ୍ରମ ହେତୁ ସେ ଆଜି ବଲିଉଡର ଜଣେ ସଫଳ ଅଭିନେତା ।
- " class="align-text-top noRightClick twitterSection" data="
">
ଏକ ସାକ୍ଷାତକାର ସମୟରେ ରଣଭୀର ସିଂ କହିଥିଲେ ଯେ, ଏପରି ଏକ ସମୟ ଥିଲା ଯେତେବେଳେ ମୋତେ କେହି କାମ ଦେଉନଥିଲେ । ପ୍ରାରମ୍ଭିକ ଦିନରେ ମୁଁ ତିନି ବର୍ଷ ପର୍ଯ୍ୟନ୍ତ କୌଣସି କାମ ପାଇଲି ନାହିଁ । ମୁଁ ଅନେକ ଅଫିସ୍ ରୁ ଅଫିସ ଦ୍ବାର ଦ୍ବାର ହୋଇ ବୁଲୁଥିଲି । କିନ୍ତୁ ବହୁ ବର୍ଷ ଧରି କୌଣସି ବ୍ରେକ ମିଳିନଥିଲା । ମୁଁ କାମ ପାଇବା ପାଇଁ କଠିନ ଚେଷ୍ଟା କରୁଥିଲି । କାରଣ ମୋ ପାଖରେ ସବୁବେଳେ ମୋ ମା ଏବଂ ବାପାଙ୍କ ଆଶୀର୍ବାଦ ଥିଲା ।
ରଣଭୀର ଆହୁରି କହିଛନ୍ତି ଯେ, 'ବ୍ୟାଣ୍ଡ ବାଜା ବାରାତ୍' ଚଳଚ୍ଚିତ୍ର ପାଇଁ ମୁଁ ପ୍ରଥମ ପସନ୍ଦ ନଥିଲି । ଏହି ଚଳଚ୍ଚିତ୍ର ପାଇଁ ପ୍ରଥମ ପସନ୍ଦ ରଣବୀର କପୁର ଥିଲେ । ଯେତେବେଳେ ରଣବୀର କପୁର ଫିଲ୍ମରେ କାମ କରିବାକୁ ମନା କରିଦେଲେ, ୟଶ ରାଜ ଜୀ ମୋତେ ଡାକିଲେ ଏବଂ ମୁଁ ଏହି ଫିଲ୍ମ କରିବାକୁ ହଁ କହିଥିଲି ।
ପ୍ରକାଶ ଥାଉ ଯେ, ଆଗାମୀ ସମୟରେ ରଣଭୀର ଚଳଚ୍ଚିତ୍ର 83 ରେ ନଜର ଆସିବେ ।