ମୁମ୍ବାଇ: ଲୋକପ୍ରିୟ ଅଭିନେତା ରଣବୀର ସିଂଙ୍କ 2018ରେ ରିଲିଜ ହୋଇଥିବା ବ୍ଲକବଷ୍ଟର ଫିଲ୍ମ ‘ସିମ୍ବା’କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ଦେଶରେ ଚହଳ ସୃଷ୍ଟି କରିସାରିଥିବା ଏହି ଫିଲ୍ମର ଯାଦୁ ଏବେ ବିଦେଶ ସିନେ ବଜାରରେ ଦେଖିବାକୁ ମିଳିବ । ଖୁବଶୀଘ୍ର ଅଷ୍ଟ୍ରେଲିଆ ଓ ଫିଜୀରେ ପୁଣିଥରେ ରିଲିଜ ହେବ ଏହି ଫିଲ୍ମ । ଯାହାକୁ ନେଇ ଉତ୍ସାହିତ ମେକର୍ସ ।
କୋଭିଡ-19 ମହାମାରୀ ମଧ୍ୟରେ ମନୋରଞ୍ଜନ ପରିସ୍ଥିତିକୁ ପୁନଃ ସ୍ବାଭାବିକ କରିବାକୁ ଚେଷ୍ଟା କରିବା ପରେ ମନୋରଞ୍ଜନ ସେଣ୍ଟର୍ସ ପୁଣି ଧିରେ ଧିରେ କରି ଖୋଲାଯାଉଛି ।
ଆଷ୍ଟ୍ରୋଲିଆ ଓ ଫିଜୀରେ ସିମ୍ବା ରିଲିଜ ହେବା ସୂଚନା ସୋସିଆଲ ମିଡିଆରେ ଫ୍ୟାନ୍ସକୁ ଦେଇଛନ୍ତି ରଣବୀର । ସେ ଇନଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଆପଣଙ୍କ ପାଖ ସିନେମାହଲରେ ବ୍ଲକବଷ୍ଟର ଫେରୁଛି । ଅଷ୍ଟ୍ରୋଲିଆର ଜୁଲାଇ 2ରେ ସିନେମାଘରେ ପୁଣି ଫେରିବ ଖୁସି ।’
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ଆକ୍ସନ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ସିମ୍ବାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଥିଲେ । ‘ସିମ୍ବା’ ବିଦେଶରେ ରିଲିଜ ହେବା ପୂର୍ବରୁ ଅଜୟ ଦେବଗନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଗୋଲମାଲ ଏଗେନ’ ନ୍ୟୁଜଲ୍ୟାଣ୍ଡରେ ଘୋଷଣା ହୋଇଥିଲା ।
- " class="align-text-top noRightClick twitterSection" data="
">