ETV Bharat / sitara

ଗୁଜୁରାଟୀ ହେବେ ରଣବୀର

କ୍ରିକେଟର ପରେ ଏବେ ଗୁଜୁରାଟୀ ସାଜିବେ ଅଭିନେତା ରଣବୀର ସିଂ । ୟଶରାଜ ବ୍ୟାନରରେ ପ୍ରସ୍ତୁତ ହେବ ଫିଲ୍ମ ‘ଜୟେଶଭାଇ ଜୋରଦାର’ ।

author img

By

Published : May 27, 2019, 12:57 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/Ranveer Singh

ହାଇଦ୍ରାବାଦ: ରଣବୀରଙ୍କୁ ଖୁବ ଶୀଘ୍ର ଗୁଜୁରାଟୀ ଚରିତ୍ରରେ ଦେଖିବାକୁ ମିଳିବ । ୟଶରାଜ ବ୍ୟାନରରେ ତିଆରି ହେବ ଫିଲ୍ମ ‘ଜୟେଶଭାଇ ଜୋରଦାର’ । ପ୍ରଥମଥର ପାଇଁ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିବେ ଦିବ୍ୟାଙ୍ଗ ଠାକରେ ।

ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ଫିଲ୍ମ ବିଷୟରେ ଜଣାଇଛନ୍ତି ନିଜେ ରଣବୀର । ତେବେ ରଣବୀର ଫିଲ୍ମ ‘83’ ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମଟି କପିଲ ଦେବଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହୋଇଛି । ଏଥିରେ କପିଲ ଦେବଙ୍କ ଭୂମିକାରେ ନଜର ଆସିବେ ରଣବୀର । ଫିଲ୍ମକୁ ନିର୍ଦ୍ଦେଶନା ଦେଉଛନ୍ତି କବିର ଖାନ ।

ତେବେ ‘ଜୟେଶଭାଇ ଜୋରଦାର’ବିଷୟରେ ରଣବୀର କହିଥିଲେ, ଏହା ଏକ ଚମତ୍କାର କାହାଣୀ । ଅକ୍ଟୋବର ମାସରେ ଗୁଜୁରାଟରେ ଏହାର ସୁଟିଂ ଆରମ୍ଭ ହେବ । ଏହାକୁ ପ୍ରଯୋଜନା ଦେବେ ମନିଷ ଶର୍ମା ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.