ETV Bharat / sitara

ରଙ୍ଗୋଲୀଙ୍କ ଟାର୍ଗେଟରେ ପୁଣି ସେଲିବ୍ରିଟି - ମାମି ଫିଲ୍ମ ଫେଷ୍ଟିଭାଲ ନ୍ୟୁଜ

କିଛି ଦିନ ବ୍ୟବଧାନ ପରେ ପୁଣି ସୋସିଆଲ ମିଡିଆକୁ ଫେରିଛନ୍ତି କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀ । ଏଥର ତାଙ୍କ ବିବାଦୀୟ କଥାର ଶିକାର ହୋଇଛନ୍ତି କରୀନା, ଆଲିୟା ଓ କରନ ।

ଡିଜାଇନ ଫଟୋ
author img

By

Published : Oct 16, 2019, 3:07 PM IST

ମୁମ୍ବାଇ: ନିକଟରେ ମୁମ୍ବାଇରେ ଆୟୋଜିତ ହୋଇଯାଇଛି ମାମି ଫିଲ୍ମ ଫେଷ୍ଟିଭାଲ । ଯେଉଁଥିରେ ବଲିଉଡରେ ଅନେକ ସେଲିବ୍ରିଟି ସାମିଲ ହୋଇଥିଲେ । ଏହି କ୍ରମରେ ଦୀପିକା ପାଦୁକୋନଙ୍କ ଠାରୁ ନେଇ କ୍ୟୁଟ ଆଲିୟା ଭଟ୍ଟ, ବେବୋ କରୀନା କପୁର ଖାନ, କରଣ ଜୋହରଙ୍କ ଭଳି ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଥିଲା । ସମସ୍ତେ ରେଡ କାର୍ପେଟରେ ନିଜ ଗ୍ଲାମରସ ଅନ୍ଦାଜରେ ଦର୍ଶଙ୍କ ମନ ଚୋରି କରିଥିଲେ ।

ମାମି ଫିଲ୍ମ ଫେଷ୍ଟିଭାଲର ଶେଷରେ କରନ ଏକ ପ୍ୟାନେଲରେ କରିଥିଲେ । ଏହି ପ୍ୟାନେଲରେ କରୀନା ଓ ଆଲିୟା ମଧ୍ୟ ସାମିଲ ଥିଲେ । ସେହି ସମୟରେ ଏହି ତିନି ସେଲିବ୍ରିଟି ଖୁବ୍ ମସ୍ତିମଜାକ କରିବା ସହ ନିଜ ବ୍ୟକ୍ତିଗତ ରିଲେସନଶିପ ବିଷୟରେ ଆଲୋଚନା ମଧ୍ୟ କରିଥିଲେ। ଆଲିୟା କେବେ ରଣବୀର କପୁରଙ୍କୁ ବିବାହ କରିବେ ତାହା ମଧ୍ୟ ପ୍ୟାନେଲରେ ଶୁଣିବାକୁ ମିଳିଥିଲା । ଯେଉଁଠାରେ ଦର୍ଶକଙ୍କୁ ଏହା ଭଲ ଆସିଥିଲା ସେହିଠାରେ କିନ୍ତୁ ବି-ଟାଉନର କୁଇନ କଙ୍ଗନା ରଣାୱତଙ୍କ ଭଉଣୀ ରଙ୍ଗୋଲୀ ଚାନ୍ଦେଲଙ୍କୁ ଏହି କଥା ହଜମ ହୋଇନଥିଲା ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ରଙ୍ଗୋଲୀ ଚାନ୍ଦେଲ

ସେ ସଙ୍ଗେ ସଙ୍ଗେ ଟ୍ବିଟରରେ ତିନି ଜଣଙ୍କ ମଜାକ ଉଡାଇ ଏକ ପୋଷ୍ଟ ସେୟାର କରିଦେଇଥିଲେ । ଯାହା ବର୍ତ୍ତମାନ ସାମ୍ନାକୁ ଆସିଛି । ‘ମାମିର କ୍ଲୋଜିଂ ଡିସ୍କଶନ ଥିଲା ନା ଆଲିୟା ଏହି ସମୟର ସବୁଠାରୁ ବଡ କଳାକାର । ଆଉ କରୀନାଙ୍କ ଭାଉଜ ଏବଂ ତାଙ୍କ ବିବାହରେ କରନ ପୂଜା ଥାଳି ନେଇ ସ୍ବାଗତ କରିବେ । ହଁ ଆମ ଭଳି ମୁର୍ଖ କଣ ଜାଣିବ ଆର୍ଟର କଥା । ଆମକୁ ତ କିଛି ବୁଝାପଡିଲା ନାହିଁ ’ ବୋଲି ଟ୍ବିଟରେ ଲେଖିଛନ୍ତି ରଙ୍ଗୋଲୀ ।

ପ୍ରକାଶ ଥାଉକି ରଙ୍ଗୋଲୀ ପ୍ରଥମଥର ଏମିତି କରିନାହାଁନ୍ତି । ସେ ପ୍ରାୟତଃ କୌଣସି ନା କୌଣସି ସେଲିବ୍ରିଟିଙ୍କୁ ସୋସିଆଲ ମିଡିଆରେ ଅପମାନ କରୁଥିବାର ନଜର ଆସନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.