ETV Bharat / sitara

ରଙ୍ଗୋଲୀଙ୍କ ଟାର୍ଗେଟରେ ହ୍ରିତିକ, କହିଲେ ‘ହମ ଆପକେ ହେ କୌନ’

author img

By

Published : Mar 18, 2020, 12:38 PM IST

ପୁଣିଥରେ ଲୋକପ୍ରିୟ ଅଭିନେତା ହ୍ରିତିକ ରୋଶନଙ୍କ ଉପରେ ଟ୍ବିଟ କରି ଚର୍ଚ୍ଚାରେ ରଙ୍ଗୋଲୀ ଚାନ୍ଦେଲ। ହ୍ରିତିକ ତାଙ୍କୁ ସବୁବେଳେ ଇମ୍ପ୍ରେସ କରୁଥିଲେ ବୋଲି ଜଣାଇଲେ ସେ । ଅଧିକ ପଢନ୍ତୁ...

rangoli chandel
ଡିଜାଇନ ଫଟୋ

ମୁମ୍ବାଇ: କୁଇନ କଙ୍ଗନା ରଣାୱତଙ୍କ ଭଉଣୀ ରଙ୍ଗୋଲୀ ଚାନ୍ଦେଲ ସବୁବେଳେ ନିଜ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି । ସେ ଟ୍ବିଟରରେ ନେତାଙ୍କଠୁ ନେଇ ସେଲିବ୍ରିଟିଙ୍କ ବିରୋଧରେ ଟ୍ବିଟ କରୁଥିବାର ପ୍ରାୟତଃ ନଜର ଆସନ୍ତି। ପୁଣିଥରେ ଏମିତି ଦେଖିବାକୁ ମିଳୁଛି। ସେ ମଙ୍ଗଳବାର ସୁପରଷ୍ଟାର ହ୍ରିତିକ ରୋଶନଙ୍କୁ ଟାର୍ଗେଟ କରିଥିଲେ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ରଙ୍ଗୋଲୀ ଚାନ୍ଦେଲ

ସେ ଟ୍ବିଟରେ ହ୍ରିତିକଙ୍କ ସହ ଏକ ପୁରୁଣା ଫଟୋ ସେୟାର କରି ଲେଖିଛନ୍ତି, ‘ଏହା ଦେଖନ୍ତୁ ପପୁ ଜି, ସବୁବେଳେ ମତେ ଇମ୍ପ୍ରେସ କରିବାରେ ଲାଗିଥିଲା । ଯାହାଦ୍ବାରା ସେ ମୋ ଭଉଣୀଙ୍କ ଗୁଡବୁକ୍ସରେ ଆସିଥାଆନ୍ତେ। ଆଜି କହୁଛନ୍ତି ହମ ଆପକେ ହେଁ କୌନ ?’

ପ୍ରକାଶ ଥାଉକି ଦୁଇ, ତିନି ବର୍ଷ ପୂର୍ବେ ହ୍ରିତିକ ଓ କଙ୍ଗନା ରିଲେସନଶିପ ପାଇଁ ଖୁବ୍ ଚର୍ଚ୍ଚାରେ ଆସିଥିଲେ । ଯାହା ଉପରେ ରଙ୍ଗୋଲୀ ଅନେକଥର ଟ୍ବିଟ ମଧ୍ୟ କରିସାରିଛନ୍ତି। ଏକଦା ପରସ୍ପରକୁ ଡେଟ କରୁଥିବା ଏହି ଯୋଡି ବ୍ରେକଅପ ପରେ ପରସ୍ପର ବିରୋଧରେ ଟିପ୍ପଣୀ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.