ମୁମ୍ବାଇ: ଆଜି 34 ବର୍ଷରେ ପାଦ ଥାପିଛନ୍ତି ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରଣାୱତ । ଏହି ଅବସରରେ ତାଙ୍କ ପାଇଁ ସ୍ପେଶାଲ କଥା ଲେଖି ଚର୍ଚ୍ଚାରେ ତାଙ୍କ ବଡ ଭଉଣୀ ରଙ୍ଗୋଲୀ ଚାନ୍ଦେଲ । ସେ ସୋସିଆଲ ମିଡିଆରେ କଙ୍ଗନାଙ୍କ କିଛି ଫଟୋ ପୋଷ୍ଟ କରିଛନ୍ତି । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।
- " class="align-text-top noRightClick twitterSection" data="
">
ଇନଷ୍ଟାଗ୍ରାମରେ ସେୟାର କରିଥିବା ଏହି ଫଟୋରେ ରଙ୍ଗୋଲୀ ଲେଖିଛନ୍ତି, ‘ଯେତେବେଳେ ସୂର୍ଯ୍ୟ କିରଣ ଗରମ ଥିଲା, ଯେତେବେଳେ ପବନ ଆମକୁ ଥଣ୍ଡା କରୁଥିଲା, ସେହି ସମୟରେ ଦୁନିଆକୁ ଆସିଥିଲେ ଆମ ବେବି । ସେ ବସନ୍ତ ଏବଂ ପବନ ପରି ଜଙ୍ଗଲୀ କିନ୍ତୁ ତାର ପ୍ରେମ ଏବଂ ଯତ୍ନ ଏତେ ଗଭୀର ଏବଂ ବ୍ୟତିକ୍ରମପୂର୍ଣ୍ଣ ଯେ ମୁଁ ଏତେ ଭାବପ୍ରବଣ ଅନୁଭବ କରୁଛି କେବଳ ସେ ବିଷୟରେ ଚିନ୍ତା କରି । ତୁମେ ଆମ ହୃଦୟର ସ୍ପନ୍ଦନ ଏବଂ ଜୀବନ ରେଖା । ଏହି ଦିନକୁ ଏନଜୟ କର । ମାଇଁ ଡିୟର ସିଷ୍ଟର । ହାପିଏଷ୍ଟ ବର୍ଥଡେ ।’