ମୁମ୍ବାଇ: 2020 ବର୍ଷ ଅନେକ କଳାକାର ଦୁନିଆ ଛାଡି ଚାଲିଯାଇଥିଲେ । ଗତ ବର୍ଷ ଏତେ ଖରାପ ଥିଲା ଯେ ଅନେକ ଭେଟେରାନ ଅଭିନେତାଙ୍କ ମୃତ୍ୟୁ ସମୟ ପୂର୍ବରୁ ହୋଇଥିଲା। ସେମାନଙ୍କ ମଧ୍ୟରୁ ଅନ୍ୟତମ ହେଲେ ସୁପରଷ୍ଟାର ଋଷି କପୁର। ଦୀର୍ଘ ବର୍ଷର ଅସୁସ୍ଥତା ପରେ ଗତ ବର୍ଷ ଏପ୍ରିଲ 30ରେ ତାଙ୍କର ଦେହାନ୍ତ ହୋଇଥିଲା। ଦୀର୍ଘ ଦିନ ଧରି ଋଷି କର୍କଟ ରୋଗ ସହ ଲଢିଥିଲେ, ବିଦେଶରେ ଅନେକ ଦିନ ଚିକିତ୍ସା ପରେ ମଧ୍ୟ ସେ ଏହି ରୋଗରୁ ମୁକ୍ତି ହୋଇପାରିନଥିଲେ । ପରିଶେଷରେ ହାରିଯାଇଥିଲେ ଜୀବନ ଲଢେଇ । ଆଜି ତାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ।
ସେପଟେ ଆଜିର ଦିନରେ ଭାବୁକ ନଜର ଆସୁଛନ୍ତି ତାଙ୍କ ବଡ ଭାଇ ତଥା ଅଭିନେତା ରଣଧୀର କପୁର । ସେ ଋଷିଙ୍କ ସହ ବିତାଇଥିବା ପୁରୁଣା ସ୍ମୃତି ଫ୍ୟାନ୍ସଙ୍କ ସେୟାର କରି କହିଛନ୍ତି, ‘ମୁଁ ମୋ ସାନ ଭାଇ ଋଷିଙ୍କ ସହ ଶାନଦାର ସମୟ ବିତାଇଥିଲେ । ମୁଁ ବର୍ତ୍ତମାନ ତାଙ୍କୁ ବହୁତ ମିସ୍ କରୁଛି । ଗତ ବର୍ଷ ମୋ ଜୀବନର ସବୁଠୁ ଦୁଃଖଦାୟକ ସମୟ ଥିଲା । ଋଷିଙ୍କ ସହ ମୋର ଏକ କମନ ଲାଇନ ଥିଲା । କେବେ ସେ କହୁଥିଲେ ତ କେବେ ମୁଁ କହୁଥିଲି । ଆଜି ରାତିରେ କେଉଁ ଚାଇନିଜ ରେସ୍ତୁରାଁ ଯିବା । କାରଣ ଋଷି ଚାଇନିଜ ଫୁଡ୍ ଖାଇବାକୁ ବେଶ୍ ପସନ୍ଦ କରୁଥିଲେ ।’
ପ୍ରକାଶ ଥାଉକି ଗତ ବର୍ଷ ଏପ୍ରିଲ 29ରେ ଇରଫାନ ଖାନ ଓ 30ରେ ଋଷିଙ୍କ ଭଳି ଭେଟେରାନ ଆକ୍ଟରକୁ ହରାଇଥିବା ପୁରା ଦେଶ । ଏଯାବତ ବି ଦୁଇଜଣଙ୍କ ମୃତ୍ୟୁକୁ କେହି ସହଜରେ ବିଶ୍ବାସ କରିପାରୁନାହିଁନ୍ତି ।