ମୁମ୍ବାଇ: ହ୍ୟାଣ୍ଡସମ ଆକ୍ଟର ରଣଦୀପ ହୁଡ୍ଡା ପ୍ରସ୍ତୁତ ହୋଇସାରିଲେଣି ଆଗାମୀ ଥ୍ରିଲର ଫିଲ୍ମ ‘ରାତ ଅନ ଦ ହାଇୱେ’ ପାଇଁ । ନିର୍ଦ୍ଦେଶକ ବିବେକ ଚୌହାନଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଯାଉଥିବା ଏହି ଥ୍ରିଲର ଫିଲ୍ମର ସୁଟିଂ ଆସନ୍ତା 16 ତାରିଖରେ ସ୍କଟଲ୍ୟାଣ୍ଡରେ ଆରମ୍ଭ ହେବ ।
‘ମାନଝି: ଦ ମାଉଣ୍ଟେନ ମ୍ୟାନ’ ଭଳି ଫିଲ୍ମରେ ପ୍ରଯୋଜନା କରିସାରିଥିବା ପ୍ରଯୋଜକ ମୋହନ ନାଦର ‘ରାତ ଅନ ଦ ହାଇୱେ’ର ପ୍ରଯୋଜନା କରିବେ । ଏହି ଅବସରରେ ମୋହନ ଫିଲ୍ମ ବିଷୟରେ କହିବା ସହ ରଣଦୀପଙ୍କ ଭୂମିକାକୁ ନେଇ ଖୁଲାସା କରିଛନ୍ତି ।
ସେ କହିଛନ୍ତି କି ଫିଲ୍ମରେ ରଣଦୀପ ବିଜ୍ଞାପନ ସମ୍ପୃକ୍ତ ବ୍ୟକ୍ତି ଭୂମିକାରେ ଅଭିନୟ କରିବେ । ଯିଏ ନିଜ ଜୀବନର ଅନ୍ତିମ 48 ଘଣ୍ଟାକୁ ସ୍ମରଣ କରିବାକୁ ଅସମର୍ଥ ବୋଲି କହିଛନ୍ତି ମୋହନ ।
ଫିଲ୍ମର ଆଇଡିଆ ସନ୍ନି ଦେଓଲଙ୍କ ମ୍ୟାନେଜର ସୁନୀଲ ସାଇନିଙ୍କ ଦ୍ବାରା ସାମ୍ନାକୁ ଆସିଥିଲା । ସୁନୀଲଙ୍କ କନସେପ୍ଟ ବହୁତ ଭଲ ଲାଗିଥିବା । ଏହାପରେ ସେ ସ୍କ୍ରିପ୍ଟ ରଣଦୀପଙ୍କୁ ଦେଖାଇଥିଲେ ଆଉ ତାଙ୍କୁ ମଧ୍ୟ ଫିଲ୍ମର ସ୍କ୍ରିପ୍ଟ ଖୁବ୍ ପସନ୍ଦ ଆସିଥିଲା ।
ପ୍ରକାଶ ଥାଉକି ରଣଦୀପ ଫିଲ୍ମ ନିର୍ମାତା ଇମତିଆଜ ଅଲ୍ଲୀଙ୍କ ଆଗାମୀ ଫିଲ୍ମ ‘ଆଜକଲ’ରେ ନଜର ଆସିବେ । ଫିଲ୍ମରେ ସେ କାର୍ତ୍ତିକ ଆର୍ୟନ ଓ ସାରା ଅଲ୍ଲୀ ଖାନଙ୍କ ଅପୋଜିଟ ଅଭିନୟ କରୁଥିବାର ଦେଖାଯିବେ ।