ETV Bharat / sitara

ମରୁ଼ଡି ଅଞ୍ଚଳରେ ପାଣି ବାଣ୍ଟିଲେ ରଣଦୀପ ହୁଡ୍ଡା - nashik

ଖାଲସା ଏଡ୍ ସହ ମିଶି ମରୁଡି ଅଞ୍ଚଳରେ ପାନୀୟ ଜଳ ବାଣ୍ଟିଛନ୍ତି ଅଭିନେତା ରଣଦୀପ ହୁଡ୍ଡା । ଏହା ସହ ମରୁଡିର ସ୍ଥାୟୀ ନିରାକରଣ ପାଇଁ ସରକାରଙ୍କୁ ଅପିଲ କରିଛନ୍ତି ରଣଦୀପ ।

ଡିଜାଇନ ଫଟୋ
author img

By

Published : Jun 12, 2019, 1:33 PM IST

ହାଇଦ୍ରାବାଦ: ଅଭିନେତା ରଣଦୀପ ହୁଡା ଏକ ଭଲ୍ୟୁଣ୍ଟର୍ସ ଟିମ ସହାୟତାରେ ନାସିକ ପାଖ ଅଞ୍ଚଳରେ ମରୁଡି ପୀଡିତ ଲୋକଙ୍କୁ ପାନୀୟ ଜଳ ବାଣ୍ଟିଛନ୍ତି । ଖାଲସା ଏଡ୍ ନାମକ ରିଲିଫ ଫାଉଣ୍ଡେଶନ ପ୍ରାୟ ସମ୍ୟ ମରୁଡି ଅଞ୍ଚଳ ବୁଲି ଲୋକଙ୍କ ସହାୟତା କରିଥାଏ । ଏଥିରକ ତାଙ୍କ ସହ ସାମିଲ ହୋଇଥିଲେ ଅଭିନେତା ରଣଦୀପ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/randeephooda

ତେବେ ରିଲିଫ ବାଣ୍ଟିବା ସମୟରେ ରଣଦୀପ ଏକ ଭିଡିଓ କରି ମରୁଡି ସ୍ଥାୟୀ ପ୍ରତିକାର ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି । ସେ କହିଥିଲେ, ‘ ମୁଁ ନାସିକ ନିକଟ ଭେଲେ ଗାଁରେ ଅଛି । ଏଠାରେ ସମସ୍ତ କୂଅ ଶୁଖିଯାଇଥିବା ବେଳେ ମରୁଡିର ସାମ୍ନା କରିଛନ୍ତି ଗାଁ ଲୋକେ । ଖାଲସା ଏଡର ମେମ୍ବର ପ୍ରତିଦିନ ପ୍ରାୟ 20-30ଟି ପାଣି ଟ୍ୟାଙ୍କର ଯୋଗାଇଥାଆନ୍ତି ତେଣୁ ଏଥିପାଇଁ ସରକାର ଦୃଷ୍ଟି ଆକର୍ଷଣ କରିବା ଜରୁରୀ’ ।

ତେବେ ଏହା ପ୍ରଥମ ଥର ନୁହେଁ ରଣଦୀପ ଖାଲସା ଏଡ ସହ ମିଶି କେରଳ ବନ୍ୟା ପିଡିତଙ୍କୁ ଖାଦ୍ୟ ମଧ୍ୟ ଯୋଗାଇବା ସହ ଗଣପତି ବିସର୍ଜନ ସମୟରେ ଜୁହୁର ସମୁଦ୍ରକୂଳ ମଧ୍ୟ ସଫା କରିଥିଲେ । କେବଳ ରଣଦୀପ ନୁହଁନ୍ତି ବଲିଉଡର ଅନେକ ସେଲିବ୍ରିଟି ପରିବେଶ ରକ୍ଷା ପାଇଁ ସବୁବେଳେ ଚେଷ୍ଟା କରନ୍ତି ।

ଫିଲ୍ମ ନିର୍ମାତା ଶେଖର କପୁର, ପାଣି ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ଚାହୁଁଥିବା ବେଳେ ଅନେକ ସମୟରେ ଏନେଇ ଟ୍ବିଟରରେ ସଚେତନତା ବାର୍ତ୍ତା ଦେଇଥାଆନ୍ତି । ଏହସହ ଅଭିନେତା ଆମିର ଖାନ ଓ ପତ୍ନୀ କିରଣ ରାଓ 2016ରେ ପାନୀ ଫାଉଣ୍ଡେସନର ସ୍ଥାପନା କରିଥିଲେ । ଏହି ଫାଉଣ୍ଡେସନ ମହାରାଷ୍ଟ୍ରର ଗାଁ ଅଞ୍ଚଳ ଗୁଡିକରେ କାର୍ଯ୍ୟକ୍ଷମ ରହିଛି ।

Intro:Body:

fhdh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.