ହାଇଦ୍ରାବାଦ: ଫେମସ ନିର୍ମାତା ରାମ ଗୋପାଲ ବର୍ମା ନିଜ ଟ୍ବିଟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ଏଥର ସେ ଓଡିଶାକୁ ନେଇ କିଛି ଟ୍ବିଟ କରିଥିଲେ । କାରଣ ତାଙ୍କ ଆଗାମୀ ଫିଲ୍ମ ‘ଥ୍ରିଲର’ରେ ନଜର ଆସିବେ ଓଡିଆ ଝିଅ ଅପସରା ରାଣୀ । ନିକଟରେ ସେ ଅପସରାଙ୍କ କିଛି ବୋଲ୍ଡ ଫଟୋ ସେୟାର କରି ନିଜ ଫିଲ୍ମର ଅଭିନେତ୍ରୀ ରୂପେ ଘୋଷଣା କରିଥିଲେ । ଆଉ ଏବେ ଓଡିଶା ବିଷୟରେ ଲେଖି ଟ୍ରୋଲର୍ସଙ୍କ ଟାର୍ଗେଟରେ ଆସିଛନ୍ତି ।
ସେ ଟ୍ବିଟ କରି ଲେଖିଥିଲେ, ‘ଅପସରାଙ୍କ ସହ ସାକ୍ଷାତ କରିବା ପୂର୍ବରୁ ମୁଁ 1999ରୁ ଓଡିଶା ବିଷୟରେ ଶୁଣିନଥିଲି । ଅପସରାଙ୍କ ସହ ଭେଟିବା ପରେ ମତେ ଅନୁଭବ ହେଲା କି ଏପରି ତୁଫାନ ରୁହନ୍ତି ସେଠି । ଓଡିଶା ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ । ଆଉ ସୌନ୍ଦର୍ଯ୍ୟ ମିଳୁ ଓଡିଶାକୁ ।’
ତାଙ୍କର ଏହି ଟ୍ବିଟ ସାମ୍ନାକୁ ଆସିବା ମାତ୍ରେ ୟୁଜର୍ସ ତାଙ୍କ ମଜାକ ଉଡାଇବା ଆରମ୍ଭ କରିଦେଇଥିଲେ । କିଛି ୟୁଜର୍ସ କହିଥିଲେ ଯେ ଯାଇ ଇତିହାସ ଓ ଭୂଗୋଳ ପଢ । ଆଉ କିଛି କହିଥିଲେ ଅଧିକା ଗପୁଛ, ଯାଇ କିଛି କାମ କର ।
-
Before meeting Apsara,I dint even hear about Orissa since the 1999 hurricane..but after meeting her now ,I realised that Orissa creates all kinds of hurricanes..it’s been a great revelation that Orissa has such beauties ..MORE POWER TO ORISSA @apsara_rani_ pic.twitter.com/v8MStRM5ab
— Ram Gopal Varma (@RGVzoomin) July 6, 2020 " class="align-text-top noRightClick twitterSection" data="
">Before meeting Apsara,I dint even hear about Orissa since the 1999 hurricane..but after meeting her now ,I realised that Orissa creates all kinds of hurricanes..it’s been a great revelation that Orissa has such beauties ..MORE POWER TO ORISSA @apsara_rani_ pic.twitter.com/v8MStRM5ab
— Ram Gopal Varma (@RGVzoomin) July 6, 2020Before meeting Apsara,I dint even hear about Orissa since the 1999 hurricane..but after meeting her now ,I realised that Orissa creates all kinds of hurricanes..it’s been a great revelation that Orissa has such beauties ..MORE POWER TO ORISSA @apsara_rani_ pic.twitter.com/v8MStRM5ab
— Ram Gopal Varma (@RGVzoomin) July 6, 2020
ସେହିପରି ଜଣେ ୟୁଜର ରାମୁଙ୍କୁ ଜବାବ ଦେବାକୁ ଯାଇ ଲେଖିଥିଲେ, ‘ଆପଣଙ୍କୁ ଧ୍ୟାନରୁ ଦେଖିବାର ଆବଶ୍ୟକ ଅଛି । ଆପଣ ଓଡିଶାର ସ୍ପେଲିଂ ଭୁଲ ଲେଖିଛନ୍ତି । ହଁ ଏମିତି କହିପାରିବା ଯେ 1999ରେ ଆପଣ ପାଠ ପଢା ଛାଡିଦେଇଥିଲ । ଭୂଗୋଳ ପଢିନକି ଆମ ଦେଶରେ ଏହି ରାଜ୍ୟ ବି ଅଛି । ଯାଇ ଭୂଗୋଳ ପଢ । ଅପସରାଙ୍କ ବ୍ୟତୀତ ଓଡିଶାରେ ଅନେକ ସୁନ୍ଦର ମଣିଷ ଅଛନ୍ତି । ଯିଏ ବିଶ୍ବସ୍ତରରେ ମଧ୍ୟ ଓଡିଶାକୁ ଗର୍ବିତ କରାଇସାରିଛନ୍ତି ।’
ଆଉ ଜଣେ ୟୁଜର ଲେଖିଛନ୍ତି, ‘ଦୟା କରି ଓଡିଶା ପଢନ୍ତୁ, ଓରିଶା ନୁହେଁ । କେବେ ଆସନ୍ତୁ ଆଉ ନିଜ ଆଖିରେ ଦେଖନ୍ତୁ କେତେ ସୁନ୍ଦର ରାଜ୍ୟ ଏବଂ କେତେ ସୁନ୍ଦର ଲୋକ ଏଠାରେ ବସବାସ କରୁଛନ୍ତି ।’