ETV Bharat / sitara

କୋରୋନା ଶେଷ କରିବାକୁ ଚୀନରେ ଡ୍ରାମା କୁଇନ

author img

By

Published : Feb 4, 2020, 7:50 PM IST

ଏଥର କୋରୋନା ଭାଇରସରେ ଯିବନି କାହାରି ଜୀବନ । କାରଣ କୋରୋନା ଭାଇରସ ଶେଷ କରିବାକୁ ଚୀନ ଯାଉଛନ୍ତି ରାକ୍ଷୀ । ନାସାରୁ ମଧ୍ୟ ମଗାଇଛନ୍ତି ଔଷଧ ।

rakhi sawant
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାକ୍ଷୀ ସାୱନ୍ତ

ମୁମ୍ବାଇ: ବି-ଟାଉନର କଣ୍ଟ୍ରୋଭର୍ସି କୁଇନ ରାକ୍ଷୀ ସାୱନ୍ତ ଏବେ ପୁଣି ଚର୍ଚ୍ଚାରେ । ସବୁବେଳେ ସେ ସୋସିଆଲ ମିଡିଆରେ ନିଜର ହଟ ଫଟୋ ଓ ଭିଡିଓ ସେୟାର କରି ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଆନ୍ତି । ଏହା ମଧ୍ୟରେ ଚୀନରେ ଆତଙ୍କ ଖେଳାଇଥିବା କୋରୋନା ଭାଇରସକୁ ନେଇ ନୂଆ ଭିଡିଓ ସେୟାର କରିଛନ୍ତି ରାକ୍ଷୀ । ଯାହାକୁ ନେଇ ଚର୍ଚ୍ଚାରେ ଅଛନ୍ତି ସେ । ଚୀନଠୁ ନେଇ ପୁରା ବିଶ୍ବରେ ଏହି ଭାଇରସର ଭୟ ଦେଖିବାକୁ ମିଳୁଛି । ହେଲେ ରାକ୍ଷୀ ଏହାକୁ ଆଦୌ ଡରୁନାହାଁନ୍ତି । ସେଥିପାଇଁ ସେ ଚୀନ ଯାତ୍ରା କରିଛନ୍ତି ।

ଯାହାର ଭିଡିଓ ସେୟାର କରି ସେ ଫ୍ୟାନ୍ସଙ୍କୁ ଏହାର ସୂଚନା ଦେଇଛନ୍ତି । ଭିଡିଓରେ ସେ ଏହା କହୁଥିବାର ନଜର ଆସୁଛନ୍ତି ଯେ ସେ ଚୀନା ଯାଉଛନ୍ତି କୋରୋନା ଭାଇରସ ଶେଷ କରିବାକୁ । ସେ କୋରାନାକୁ ଶେଷ କରି ଦେଶକୁ ଫେରିବେ । ଖାଲି ଏତିକି ନୁହେଁ ସେ ଏହା ମଧ୍ୟ କହିଛନ୍ତି ଯେ ସେ ଆମେରିକାର ନାସାରୁ କୋରୋନା ଭାଇରସକୁ ଶେଷ କରିବା ପାଇଁ ଔଷଧ ମଧ୍ୟ ମଗାଇଛନ୍ତି ।

ବର୍ତ୍ତମାନ ତାଙ୍କ ଏହି ଭିଡିଓ ଉପରେ ଫ୍ୟାନ୍ସଙ୍କ ମଜାଦାର କମେଣ୍ଟ ଦେଖିବାକୁ ମିଳୁଛି । ରାକ୍ଷୀ ଭିଡିଓରେ ଟୋପି ଆଉ ମଙ୍ଗଳସୂତ୍ର ପିନ୍ଧିଥିବାର ନଜର ଆସୁଛି । ପ୍ରକାଶ ଥାଉକି ରାକ୍ଷୀ ଗତ ବର୍ଷ ନିଜ ବିବାହକୁ ନେଇ ଚର୍ଚ୍ଚାରେ ଆସିଥିଲେ । ସେ ଲୁଚିଛପି ବିବାହ କରିବା ପରେ ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ଜଣାଇଥିଲେ । ହେଲେ ଏଯାବତ ତାଙ୍କ ସ୍ବାମୀଙ୍କୁ କେହି ଦେଖିନାହାଁନ୍ତି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.