ETV Bharat / sitara

ପ୍ରଥମଥର ବିବାହ ଫଟୋ ସେୟାର କଲେ ଡ୍ରାମା କୁଇନ

author img

By

Published : Apr 17, 2020, 1:27 PM IST

ସୋସିଆଲ ମିଡିଆରେ ଭାଇରାଲ ହେଲା ରାକ୍ଷୀଙ୍କ ବିବାହ ଫଟୋ । ସେ ଗତ ବର୍ଷ ସିକ୍ରେଟ ମ୍ୟାରେଜ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ।

_rakhi sawant
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାକ୍ଷୀ ସାୱନ୍ତ

ମୁମ୍ବାଇ: ବି-ଟାଉନର ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ସବୁବେଳେ ନିଜ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରୁହନ୍ତି । ସେ ଗତ ବର୍ଷ ଲୁଚିଛୁପି ବିବାହ କରିଥିଲେ। ହେଲେ ସେ ଏଯାବତ ନିଜ ସ୍ବାମୀଙ୍କ ଚେହେରା କାହାରିକୁ ଦେଖାଇନାହାଁନ୍ତି। ଆଉ ଏବେ ସେ ଏକ ଖାସ୍ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ସେ ପ୍ରଥମଥର ବିବାହ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଛନ୍ତି। ସେ ବିବାହରେ ଲାଲି ଶାଢୀ ପିନ୍ଧି ବୋହୂ ବେଶରେ ନଜର ଆସୁଛନ୍ତି। ହେଲେ ତାଙ୍କ ସ୍ବାମୀଙ୍କ ଚେହରା ଦେଖିବାକୁ ବ୍ୟାକୁଳ ଥିବା ଫ୍ୟାନ୍ସ ଫଟୋ ଦେଖି ନିରାଶ ହୋଇଛନ୍ତି। କାରଣ ବିବାହର 8 ମାସ ପରେ ମଧ୍ୟ ସେ ସ୍ବାମୀଙ୍କ ଚେହରା କାହାକୁ ଦେଖାଇନାହାଁନ୍ତି।

ଭାଇରାଲ ହେଉଥିବା ଫଟୋରେ କେବଳ ତାଙ୍କ ସ୍ବାମୀଙ୍କ ହାତ ଦେଖିବାକୁ ମିଳୁଛି। ଆପଣ ମଧ୍ୟ ଦେଖନ୍ତୁ ରାକ୍ଷୀଙ୍କ ବିବାହ ଫଟୋ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.