ETV Bharat / sitara

‘ଛଲାଙ୍ଗ’ର ଫାଷ୍ଟଲୁକ ପୋଷ୍ଟର ଜାରି

author img

By

Published : Jan 24, 2020, 11:22 PM IST

ପ୍ରଥମଥର ନୁସରତ ଭରୁଚାଙ୍କ ସହ ପରଦାରେ ରୋମାନ୍ସ କରିବେ ‘ସ୍ତ୍ରୀ’ ଅଭିନେତା ରାଜକୁମାର ରାଓ । ଆସନ୍ତା ମାର୍ଚ୍ଚ ମାସରେ ରିଲିଜ ହେବାକୁ ଯାଉଛି ଫିଲ୍ମ । ଏବେ ସାମ୍ନାକୁ ଆସି ଯାଇଛି ଫିଲ୍ମର ପ୍ରଥମ ପୋଷ୍ଟର ।

rajkummar rao
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାଜକୁମାର ରାଓ

ମୁମ୍ବାଇ: ରାଜକୁମାର ରାଓ ଓ ନୁସରତ ଭରୁଚାଙ୍କ ଅପକମିଂ ଫିଲ୍ମ ‘ଛଲାଙ୍ଗ’ ଏବେ ଚର୍ଚ୍ଚାରେ । ଫିଲ୍ମକୁ ନେଇ ଏକ୍ସାଇଟେଡ ଦର୍ଶକ । ଇତିମଧ୍ୟରେ ଫିଲ୍ମର ଫାଷ୍ଟଲୁକ ପୋଷ୍ଟର ଜାରି କରିଛନ୍ତି ମେକର୍ସ । ହଂସଲ ମେହତାଙ୍କ ଏହି ଫିଲ୍ମର ନାମ ପୂର୍ବରୁ ‘ତୁର୍ରମ ଖାନ’ ରଖାଯିବାର ଥିଲା । ହେଲେ କିଛି ସମସ୍ୟା ପାଇଁ ଫିଲ୍ମର ନାମ ପରିବର୍ତ୍ତନ କରାଯାଇ ‘ଛଲାଙ୍ଗ’ ରଖାଯାଇଛି । ମାର୍ଚ୍ଚ 13 ତାରିଖରେ ଫିଲ୍ମ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ ।

‘ଛଲାଙ୍ଗ’ ପୋଷ୍ଟରେ ରାଜକୁମାର ଫୁଟବଲକୁ ତକିଆ ଭାବି ମୁଣ୍ଡ ତଳେ ଦେଇ ଶୋଇଥିବାର ନଜର ଆସୁଛନ୍ତି । ତାଙ୍କ ଚାରିପାଖରେ ନୁସରତଙ୍କ ସହ କିଛି ପିଲା ଠିଆ ତାଙ୍କୁ ଦେଖୁଛନ୍ତି । ଇନଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ସେୟାର କରି ରାଜକୁମାର ଲେଖିଛନ୍ତି, ‘ଲମ୍ବା ଡେଇଁବା ପାଇଁ ଲମ୍ବା ନିଦର ଆବଶ୍ୟକ ଅଛି ।’

ନୁସରତ ଓ ରାଜକୁମାରଙ୍କ ବ୍ୟତୀତ ଏହି ଫିଲ୍ମରେ ସୌରଭ ଶୁକ୍ଲା, ମହମ୍ମଦ ଜୀଶାନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ନିର୍ଦ୍ଦେଶକ ରୂପେ ଏହା ହଂସଲଙ୍କ ପଞ୍ଚମ ଫିଲ୍ମ । ସେହିପରି ‘ଛଲାଙ୍ଗ’କୁ ଅଜୟ ଦେବଗନ, ଲଭ ରଞ୍ଜନ ଓ ଅଙ୍କୁର ଗର୍ଗ ମିଶି ପ୍ରଯୋଜନା କରିଛନ୍ତି । ଫିଲ୍ମଟି ସାମାଜିକ କମେଡି ଉପରେ ଆଧାରିତ ଆଉ ଏହାର କାହାଣୀ ଉତ୍ତର ପ୍ରଦେଶର ଗୋଟିଏ ଛୋଟ ସହରର ।

Intro:Body:

BLANK FOR  LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.