ମୁମ୍ବାଇ: ଚର୍ଚ୍ଚିତ ଫିଲ୍ମ ‘ବରେଲୀ କି ବର୍ଫି’ ପରେ ଫେମସ ଅଭିନେତା ରାଜକୁମାର ରାଓ ଏବଂ କ୍ରିତି ସାନନ ପୁଣିଥରେ ପରଦାରେ ଏକାଠି ନଜର ଆସିବେ । ଦୁଇ ମାସ ପୂର୍ବରୁ ଫିଲ୍ମର ଘୋଷଣା କରାଯାଇଥିଲା । ଯାହାର ପ୍ରଯୋଜନା ଦାୟିତ୍ବ ତୁଲାଇବେ ପ୍ରଯୋଜକ ଦିନେଶ ବିଜନ। ଘୋଷଣା ପରେ ମଧ୍ୟ ଫିଲ୍ମର ଟାଇଟଲକୁ ନେଇ ଆଲୋଚନା ଚାଲିଥିଲା । ଅନେକ ଯୁକ୍ତିତର୍କ ପରେ ଫିଲ୍ମର ଟାଇଟଲ ଖୋଜି ପାଇଛନ୍ତି ମେକର୍ସ । ଏବେ ଘୋଷଣା ହୋଇଯାଇଛି ଫିଲ୍ମର ଟାଇଟଲ।
ଫିଲ୍ମର ଟାଇଟଲ ‘ସେକେଣ୍ଡ ଇନିଂସ’ ରଖାଯାଇଛି। ପ୍ରକାଶ ଥାଉକି ଫିଲ୍ମର କାହାଣୀ ଏକ ଦମ୍ପତିଙ୍କର ଯାହାଙ୍କ ଲାଳନପାଳନ ଅନାଥ ଆଶ୍ରମରେ ହୋଇଛି। ଦୁଇଜଣ ପ୍ରେମ କରିବା ପରେ ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି । ଆଉ ଦୁଇଜଣଙ୍କୁ କେଉଁଠି ନା କେଉଁଠି ପିତା-ମାତଙ୍କ ଆବଶ୍ୟକ ପଡୁଛି। ଯାହା ପାଇଁ ଦୁଇଜଣ ଏକ ମାତା-ପିତାଙ୍କୁ ଆଡପ୍ଟ କରୁଛନ୍ତି । ଯାହାପରେ ଫିଲ୍ମରେ ନୂଆ ମୋଡ ଦେଖିବାକୁ ପାଇବେ ଦର୍ଶକ।
ନିର୍ଦ୍ଦେଶକ ଅଭିଷେକ ଜୈନଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଡିମ୍ପଲ କପାଡିୟା ଓ ପରେଶ ରାୱଲଙ୍କ ଶାନଦାର କମେଡି ଦେଖିବାକୁ ପାଇବେ ଦର୍ଶକ । ପ୍ରକାଶ ଥାଉକି ଦିନେଶ ସବୁବେଳେ ସାମାଜିକ ପ୍ରସଙ୍ଗ ଉପରେ ଆଧାରିତ କମେଡି ଫିଲ୍ମ ପାଇଁ ଜଣାଶୁଣା । ଏହି କ୍ରମରେ ସାମିଲ ତାଙ୍କ ଫିଲ୍ମ ‘ବାଲା’, ‘ଲୁକା ଛୁପି’ ଓ ‘ଅଙ୍ଗ୍ରେଜୀ ମିଡିୟମ’।