ETV Bharat / sitara

ଆଇଏଫଏଫଆଇରେ ସମ୍ମାନିତ ହେବେ ଥଲାଇଭା

ଏବର୍ଷ ଡିସେମ୍ବରରେ ଆୟୋଜିତ ହେବାକୁ ଯାଉଥିବା ଆଇଏଫଏଫଆଇ 2019କୁ ନେଇ ବଡ ଘୋଷଣା । ରଜନୀକାନ୍ତଙ୍କ ଯୋଗଦାନ ପାଇଁ ମିଳିବ ଗୋଲ୍ଡେନ ଜୁବଲୀ ଆୱାର୍ଡ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଜନୀକାନ୍ତ ଫ୍ୟାନକ୍ଲବ
author img

By

Published : Nov 2, 2019, 8:42 PM IST

ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତ ପାଖାପାଖି 4 ଦଶକରୁ ଦେଶବିଦେଶର ଦର୍ଶକଙ୍କ ହୃଦୟରେ ରାଜ କରିଆସୁଛନ୍ତି । ସାଉଥ ଫିଲ୍ମରୁ ବଲିଉଡ ପର୍ଯ୍ୟନ୍ତ ଶାନଦାର ଯାତ୍ରା କରିଥିବା ରଜାନୀକାନ୍ତ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ 1975ରେ ତାମିଲ ଫିଲ୍ମ ‘ଅପୂର୍ବ ରଗଙ୍ଗଲ’ରୁ କରିଥିଲେ । ରଜାନୀକାନ୍ତଙ୍କୁ ତାଙ୍କ ଉଲ୍ଲେଖନୀୟ ଯୋଗଦାନ ପାଇଁ 2000ରେ ପଦ୍ମଭୂଷଣ ଏବଂ 2016ର ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

photo
ଫଟୋ ସୌଜନ୍ୟ: ଟ୍ବିଟର@ପ୍ରକାଶ ଜାଭେଦକର

ଏବେ ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଶନିବାର ନିଜ ଟ୍ବିଟରରେ ବଡ ଘୋଷଣା କରିଛନ୍ତି । ରଜନୀକାନ୍ତଙ୍କୁ ଭାରତର ଅନ୍ତରାଷ୍ଟ୍ରୀୟ ଫିଲ୍ମ ସମାରୋହ(ଆଇଏଫଏଫଆଇ 2019)ରେ ଆଇକନ ଅଫ ଗୋଲ୍ଡନ ଜୁବଲୀ ଆୱାର୍ଡରେ ସମ୍ମାନିତ କରାଯିବ ବୋଲି ଘୋଷଣା କରିଛନ୍ତି। ଏହାସହ ସେ ଆହୁରି ଲେଖିଛନ୍ତି, ‘ଏହି ଘୋଷଣା କରି ମତେ ବହୁତ ଖୁସି ଅନୁଭବ ହେଉଛି । ତାଙ୍କ ଉତ୍କୃଷ୍ଟ ଯୋଗଦାନ ପାଇଁ ଆଇଏଫଏଫଆଇ 2019ରେ ସମ୍ମାନିତ କରାଯିବ।’

ଜାଭେଦକରଙ୍କ ଏହି ଟ୍ବିଟ ପରେ ରଜନୀକାନ୍ତ ମଧ୍ୟ ଏକ ଟ୍ବିଟ କରି ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରକାଶ ଥାଉକି ଆଇଏଫଏଫଆଇର ଆୟୋଜନ ଏବର୍ଷ ଶେଷଆଡକୁ ଗୋଆରେ କରାଯିବ।

ସ୍ଲଗ:- ଗାନ୍ଧୀନଗରର ୧୦୮ ହନୁମାନ ବେଶ ଅନ୍ୟତମ ଆକର୍ଷଣ ...
ରିପୋର୍ଟର: ସମୀରଆଚାର୍ଯ୍ୟ,
ଫମାର୍ଟ  :ଏଭିଓ+ବାଇଟ୍ ,
ସ୍ଥାନ      :   ବ୍ରହ୍ମପୁର ,
ତାରିଖ    : ୨୮-୦୪-୧୮.(ଭିଜୁଆଲ ftp ରେ ଯାଇଛି।)
(ଆଙ୍କର)- ସାମୁହିକ ବେଶ ମଧ୍ୟରେ ଗାନ୍ଧୀ ନଗରର ୧୦୮ ହନୁମାନ ବେଶ ମୁଖ୍ୟ ଆକର୍ଷଣ
ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା ଉପଲ୍ଲକ୍ଷେ ବାହାରୁଥିବା ସାମୁହିକ ବେଶ ମଧ୍ୟରେ ଗାନ୍ଧୀନଗରର ୧୦୮ ହନୁମାନ ବେଶ ଅନ୍ୟତମ ଆକର୍ଷଣ ।ଏହି ହନୁମାନ ବେଶ ଚଳିତଯାତ୍ରା କୁ ମିଶାଇ  ୧୪ ତମ ବାର୍ଷିକି ପାଳନ କରିଥିବା ବେଳେ ରାମାୟଣର ଚରିତ୍ର ପ୍ରଭୁ ଶ୍ରୀ ରାମ,ଲକ୍ଷ୍ମଣ, ସୀତା ,ରାବଣ ଭଳି ଚରିତ୍ର ରେ ବେଶଧାରୀଙ୍କ ଶୋଭାଯାତ୍ରା ଗାନ୍ଧୀନଗର ସପ୍ତମ ଲାଇନରୁ ବାହାରି ବିରାଟ ପଟୁଆରରେ ସହର ପରିକ୍ରମା କରାଯାଇଥିଲା।
ବାଇଟ୍-ହନୁମାନ ବେଶଧାରୀ
ବାଇଟ୍-ଶ୍ବେତ ବିଶ୍ବାଳ(ଗାନ୍ଧୀନଗର ବାସିନ୍ଦା)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.