ETV Bharat / sitara

ସାଉଥ ଇଣ୍ଡିଆ ୟୁନିୟନ ୱାର୍କର୍ସଙ୍କୁ 50 ଲକ୍ଷ ଦାନ କଲେ ରଜନୀକାନ୍ତ

author img

By

Published : Mar 24, 2020, 2:49 PM IST

ବର୍ତ୍ତମାନ କୋରୋନା ଭାଇରସ ପାଇଁ ଦେଶରେ ଅନେକ ସ୍ଥାନକୁ ଲକଡାଉନ କରିଦିଆଯାଇଛି। ଯାହାଦ୍ବାରା ଫିଲ୍ମ ସୁଟିଂ, ଧାରାବାହିକ ସୁଟିଂ ସବୁ ବନ୍ଦ ଅଛି। ଏମିତିରେ ଫେଡରେଶନ ଅଫ ସାଉଥ ଇଣ୍ଡିଆ ୟୁନିୟନ ୱାର୍କର୍ସଙ୍କୁ ସାହାଯ୍ୟ କରିଛନ୍ତି ରଜନୀକାନ୍ତ।

rajinikanth
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ହାଇଦ୍ରାବାଦ: କୋରୋନା ଭାଇରସ ଆତଙ୍କକୁ ଦୃଷ୍ଟିରେ ରଖି ସାଉଥ ସୁପରଷ୍ଟାର ରଜନୀକାନ୍ତ ସହଯୋଗର ହାତ ବଢାଇଛନ୍ତି। ରଜନୀ ୱାର୍କର୍ସଙ୍କ ପାଇଁ 50 ଲକ୍ଷ ଟଙ୍କା ଦାନ କରିଛନ୍ତି। ସେ ଫିଲ୍ମ ଫେଡରେଶନ ଅଫ ସାଉଥ ଇଣ୍ଡିଆ ୟୁନିୟନ ୱାର୍କର୍ସଙ୍କୁ ଏହି ଟଙ୍କା ସାହାଯ୍ୟ ରୂପେ ଦେଇଛନ୍ତି।

ବର୍ତ୍ତମାନ ପୁରା ଦେଶରେ କୋରୋନା ଭାଇରସରୁ ସୁରକ୍ଷିତ ରହିବା ପାଇଁ ଏବେ ଫିଲ୍ମ ଓ ଟିଭି ଧାରାବାହିକର ସୁଟିଂ ରଦ୍ଦ କରିଦିଆଯାଇଛି। ଯାହାପାଇଁ ଦିନ ମଜୁରିଆ ରୂପେ କାମ କରୁଥିବା କର୍ମଚାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏମିତି ପରିସ୍ଥିତିରେ ରଜନୀ ସେହି କର୍ମଚାରୀଙ୍କୁ ସାହାଯ୍ୟ କରିବାକୁ ଯାଇ ଟଙ୍କା ଦାନ କରିଛନ୍ତି।

ପ୍ରକାଶ ଥାଉକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପିଲ କରିଥିଲେ ଯେ ସବୁ ଲୋକ ସାମ୍ନାକୁ ଆସି ନିଜ ତଳ କର୍ମଚାରୀଙ୍କୁ ସାହାଯ୍ୟ କରିବା ପାଇଁ । ନିଜ ଘରେ କାମ କରୁଥିବା କର୍ମଚାରୀଙ୍କ ଦରମା ନକାଟିବା ସହ ଆବଶ୍ୟକ ଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ଅପିଲରେ କହିଥିଲେ ମୋଦି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.