ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଧିକା ଆପ୍ଟେ ଇଣ୍ତଷ୍ଟ୍ରିରେ ଖ୍ୟାତି ଅର୍ଜନ କରିବା ପାଇଁ ଏବଂ ଫେମସ ହେବା ପାଇଁ ଚାହାଁନ୍ତି ନାହିଁ ।
ରାଧିକା କହିଛନ୍ତି, ମୁଁ ଖ୍ୟାତି ଅର୍ଜନ କରିବା ପାଇଁ ଏଠାରେ ନାହିଁ । ଏଥିସହିତ ମୁଁ ସଫଳତା ଏବଂ ବିଫଳତାକୁ ଗମ୍ଭୀରତାର ସହିତ ମଧ୍ୟ ଗ୍ରହଣ କରେ ନାହିଁ । କାରଣ ଏହା ଅସ୍ଥାୟୀ ଅଟେ । ଯଦିଓ ଆପଣ ଏହାକୁ ଗମ୍ଭୀରତାର ସହ ନେବେ, ତେବେ ଆପଣ ଏହାକୁ ଅଣଦେଖା ମଧ୍ୟ କରିପାରିବେ ନାହିଁ । ବିଫଳତା ନେଇ କେବେ ନିରାଶ ହୁଅନ୍ତୁ ନାହିଁ । ବିଫଳତାରୁ ବହୁତ କିଛି ଜିନିଷ ଶିଖିବାକୁ ପଡେ ।
ରାଧିକା 2005 ମସିହାରେ 'ୱା ! ଲାଇଫ୍ ହୋ ତୋ ଏସି' ରେ ଏକ ଛୋଟ ଭୂମିକାରେ ଅଭିନୟ କରି ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ । ଏହାପରେ ସେ 'ଶୋର ଇନ ଦ ସିଟି', 'କବାଲି', 'ଫୋବିୟା', 'ବଦଲାପୁର' ଏବଂ କ୍ଷୁଦ୍ର ଚଳଚ୍ଚିତ୍ର 'ଅହଲ୍ୟା'ରେ ଅଭିନୟ କରିଛନ୍ତି ।
ଏଥିସହିତ ରାଧିକା 'ଫୋବିୟା', 'ବଦଲାପୁର', 'ମାଞ୍ଝୀ: ଦ ମାଉଣ୍ଟେନ୍ ମ୍ୟାନ୍', 'ଲଷ୍ଟ ଷ୍ଟୋରୀଜ', 'ସିକ୍ରେଟ ଗେମ', 'ପ୍ୟାଡ୍ ମ୍ୟାନ୍' ଏବଂ 'ଘୋଲ୍' ରେ ଅଭିନୟ କରି ବହୁ ଖ୍ୟାତି ଅର୍ଜନ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ