ମୁମ୍ବାଇ: ବଲିଉଡ ଅଭିନେତା ପୁଲକିତ ସମ୍ରାଟ କହିଛନ୍ତି ଯେ, ଅଭିନେତ୍ରୀ କ୍ରିତି ଖାରବାନ୍ଦାଙ୍କ ସହ ମୋର ଅନ୍-ସ୍କ୍ରିନ୍ କେମେଷ୍ଟ୍ରି ପଛର ରହସ୍ୟ ହେଉଛି ଆମର ଘନିଷ୍ଠ ବନ୍ଧୁତା ।
- View this post on Instagram
Picture clichè hai, bandi special! 💕💕 #happyvalentinesday @kriti.kharbanda
">
ପୁଲକିତ IANSକୁ କହିଛନ୍ତି, ମୁଁ ଭାବୁଛି ଯେ ଆମେ ଦୁହେଁ ସବୁଠୁ ଭଲ ଘନିଷ୍ଠ ବନ୍ଧୁ ଏବଂ ସେଥିପାଇଁ ଆମେ ସହଜରେ ପରଦାରେ ଆମର କେମେଷ୍ଟ୍ରିକୁ ଉପସ୍ଥାପନ କରିପାରୁ । ଲକଡାଉନରେ ଆମ ଦୁହିଁକୁ କିଛି ଭଲ ସମୟ ବିତାଇବାକୁ ମିଳିଥିଲା । ଆମେ ପରସ୍ପରକୁ ଆହୁରି ଭଲ ଭାବରେ ଜାଣିବାର ସୁଯୋଗ ପାଇଲୁ ।
- " class="align-text-top noRightClick twitterSection" data="
">
ପୁଲକିତ ଏବଂ କ୍ରିତି ଉଭୟ 'ଭିରେ କି ୱେଡିଂ' ଏବଂ 'ପାଗଲପନ୍ତି'ରେ ଏକାଠି କାମ କରିଛନ୍ତି । ବର୍ତ୍ତମାନ ଏହି ଦୁହେଁ ବିଜୟ ନାମ୍ବିଆରଙ୍କ ଆଗାମୀ ଫିଲ୍ମ' ତାଇଶ'ରେ ପୁଣି ଥରେ ଏକାଠି ନଜର ଆସିବେ ।
ପ୍ରକାଶ ଥାଉ କି, ପୁଲକିତ୍ 'କିଉକି ସାସ୍ ଭି କଭି ବୋହୁ ଥି' ସହିତ ଟେଲିଭିଜନରେ ଡେବ୍ୟୁ କରିଥିଲେ । ଏହାପରେ ସେ 'ଫୁକ୍ରେ' ସିରିଜ୍, 'ଜୟ ହୋ', 'ଡଲି କି ଡୋଲି' ଏବଂ '3 ଷ୍ଟୋରୀଜ୍' ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି ।