ETV Bharat / sitara

ୟାମୀଙ୍କ ପୂର୍ବତନ ପ୍ରେମିକ ହେଲେ କ୍ରୀତିଙ୍କ ପ୍ରେମିକ - ଫିଲ୍ମ ଭିରେ କି ୱେଡିଂ

ଆଉ କିଛି ଦିନ ପରେ ରିଲିଜ ହେବାକୁ ଯାଉଛି ମଲ୍ଟି ଷ୍ଟାରର କମେଡି ଫିଲ୍ମ ‘ପାଗଲପନତି’ । ଏଥିରେ ବଲିଉଡର ନୂଆ ଲଭବାର୍ଡ କ୍ରିତି ଖରବନ୍ଦା ଓ ପୁଲକିତ ସମ୍ରାଟଙ୍କୁ ଦେଖିବାକୁ ମିଳିବ । ଏବେ ଚର୍ଚ୍ଚାରେ ଦୁଇଜଣଙ୍କ ରିଲେସନଶିଫ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପୁଲକିତ ସମ୍ରାଟ ଫ୍ୟାନକ୍ଲବ
author img

By

Published : Oct 28, 2019, 11:49 AM IST

ମୁମ୍ବାଇ: ବଲିଉଡରେ କେଉଁ ଷ୍ଟାର୍ସଙ୍କ ମଧ୍ୟରେ କେବେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଯାଏ ଏହା କହିବା କଷ୍ଟକର । ଏବେ ଆଉ ଦୁଇ ଷ୍ଟାରଙ୍କ ରିସେଲନଶିପକୁ ନେଇ ଚାଲିଛି ଚର୍ଚ୍ଚା । ‘ଭିରେ କି ୱେଡିଂ’ରେ ଏକାଠି କାମ କରିଥିବା ଅଭିନେତା ପୁଲକିତ ସମ୍ରାଟ ଓ କ୍ରିତି ଖରବନ୍ଦାଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ପ୍ରେମ ସମ୍ପର୍କ । ଏହି ଫିଲ୍ମରୁ ପରସ୍ପର ବନ୍ଧୁ ସାଜିଥିବା ପୁଲକିତ ଓ କ୍ରିତି ‘ପାଗଲପନ୍ତୀ’ ଫିଲ୍ମର ସୁଟିଂ ସମୟରେ ପରସ୍ପରକୁ ହୃଦୟ ଦେଇବସିଛନ୍ତି । ବର୍ତ୍ତମାନ ଦୁଇଜଣ ଫିଲ୍ମର ପ୍ରମୋଶନରେ ଖୁବ୍ୟ ବ୍ୟସ୍ତ ।

ପ୍ରକାଶ ଥାଉକି ‘ଭିରେ ଦି ୱେଡିଂ’ ପରେ ଦୁଇଜଣଙ୍କୁ ଅନେକ ଇଭେଣ୍ଟରେ ଏକାଠି ଦେଖିବାକୁ ମିଳିସାରିଛି । ପୁଲକିତ ଓ କ୍ରିତିଙ୍କ ଅଫାୟର ଖବର ସେହି ସମୟରେ ସାମ୍ନାକୁ ଆସିଥିଲା ଯେବେ ଏହି ଯୋଡିକୁ ଗତ ବର୍ଷ ବରୁଣ ଶର୍ମାଙ୍କ ବର୍ଥଡେ ପାର୍ଟିରେ ଦେଖିବାକୁ ମିଳିଥିଲା । ଖାଲି ଏତିକି ନୁହେଁ ‘ପାଗଲପନ୍ତୀ’ର ଲଣ୍ଡନ ସୁଟିଂ ସିଡ୍ୟୁଲ ସମୟରେ ଦୁଇଜଣ ହ୍ୟାଙ୍ଗଆଉଟ କରୁଥିବାର ମଧ୍ୟ ନଜର ଆସିଥିଲେ ।

ଚର୍ଚ୍ଚାରେ ଦୁଇଜଣ ଗୋଟିଏ ରେସିଡେନ୍ସାଲ କମ୍ପ୍ଲେକ୍ସରେ ରହୁଥିବାର ମଧ୍ୟ ଶୁଣିବାକୁ ମିଳୁଛି । ଦୁଇଜଣ ଏକାଠି ଜିନରେ ୱାର୍କଆଉଟ କରୁଛନ୍ତି । ସବୁଠାରୁ ମଜଦାର କଥା ହେଲା କି ଦୁଇଜଣଙ୍କ ଜମି ଟ୍ରେନ ମଧ୍ୟ ଜଣେ । କ୍ରିତିଙ୍କ ପ୍ରେମରେ ପଡି ପୁଲକିତ ଦକ୍ଷୀଣ ଭାରତୀୟ ଖାଦ୍ୟ ମଧ୍ୟ ଖାଇବା ଆରମ୍ଭ କରିଦେଇଛନ୍ତି । ଅନ୍ୟପଟେ ପୁଲକିତଙ୍କ ପାଇଁ କ୍ରିତି ସେଟକୁ ଖାଦ୍ୟ ମଧ୍ୟ ରୋଷେଇ କରି ପଠାଉଛନ୍ତି ।

ପ୍ରକାଶ ଥାଉକି ଏହାପୂର୍ବରୁ ପୁଲକିତ ଅଭିନେତ୍ରୀ ୟାମୀ ଗୌତମଙ୍କ ସହ ରିଲେସନଶିପରେ ଥିଲେ । କିଛି ଦିନ ରିଲେସନଶିପରେ ରହିବା ପରେ ଦୁଇଜଣ ପରସ୍ପର ଠାରୁ ବ୍ରେକଅପ କରିନେଇଥିଲେ । ୟାମୀଙ୍କୁ ଡେଟ କରିବାକୁ ପୂର୍ବରୁ ପୁଲକିତ, ସଲମାନ ଖାନଙ୍କ ରାକ୍ଷୀ ସିଷ୍ଟର ଶ୍ବେତା ରୋହିରାଙ୍କୁ ବିବାହ ମଧ୍ୟ କରିଥିଲେ ।

Intro:Body:

tinkutest

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.