ହାଇଦ୍ରାବାଦ: ଦୀର୍ଘଦିନ ପରେ ବଲିଉଡ ଫିଲ୍ମରେ ନଜର ଆସିବେ ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା । ନିର୍ଦ୍ଦେଶିକା ସୋନାଲୀ ବୋସଙ୍କ ଚର୍ଚ୍ଚିତ ଫିଲ୍ମ 'ଦ ସ୍କାଏ ଇଜ ପିଙ୍କ'ର ସୁଟିଂ ସରି ଖୁବ୍ ଶୀଘ୍ର ରିଲିଜ ହେବାକୁ ଯାଉଛି ।
ଫିଲ୍ମର ସୁଟିଂ ଗତବର୍ଷରୁ ଆରମ୍ଭ ହୋଇଥିବାବେଳେ ଏବେ ଆଣ୍ଡମାନରେ ଏହାର ସୁଟିଂ ସରିଛି । ନିକଟରେ ମେକର୍ସ ସୋସିଆଲ ମିଡିଆରେ ଫିଲ୍ମ ସେଟରୁ କିଛି ଫଟୋ ସେୟାର କରିବା ସହ ଫିଲ୍ମର ସୁଟିଂ ଶେଷ ହୋଇଥିବାର ସୂଚନା ଦେଇଛନ୍ତି । ଫଟୋରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ଫରହାନ ଅଖତର, ଜାୟରା ୱସୀମ ଓ ଫିଲ୍ମର ଅନ୍ୟ ସଦସ୍ୟ ନଜର ଆସୁଛନ୍ତି ।
ରୟ କପୁର ଫିଲ୍ମସ ସୋସିଆଲ ମିଡିଆରେ ସୁଟିଂ ଶେଷ ହେବା ଖବର ସେୟାର କରି ପୋଷ୍ଟରେ ଲେଖିଛନ୍ତି, "ସୁନ୍ଦର ପ୍ରକୃତିକୁ ଅଲବିଦା, ଆଣ୍ଡମନରେ ବିତାଇଥିବା ଗୋଟିଏ ମାସ ଶାନଦାର ରହିଥିଲା । ପୁଣି ଦେଖା ହେବା । "
- " class="align-text-top noRightClick twitterSection" data="
">
ଏହାସହ ପ୍ରିୟଙ୍କା ମଧ୍ୟ ଆଣ୍ଡମାନରେ ଫିଲ୍ମ ସୁଟିଂର ପୁରା ଆନ୍ଦନ ଉଠାଇଥିଲେ । ଏହି କଥା ଆମେ କହୁନାହୁଁ, ଏହା ଜଣା ପଡିଛି ତାଙ୍କ ପୋଷ୍ଟରୁ । କାଷ୍ଟଙ୍କ ସହ ଫଟୋ ଇନଷ୍ଟାଗ୍ରାମରେ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, "our sky is pink."
- View this post on Instagram
Our sky is pink.. @faroutakhtar @rohitsaraf10 @zairawasim_ @shonalibose_ ❤️
">
ପ୍ରିୟଙ୍କା ବ୍ୟତୀତ ନିର୍ଦ୍ଦେଶିକା ସୋନାଲୀ ମଧ୍ୟ ସୁଟିଂ ସେଟରୁ ଅନେକ ଅନସିନ ଫଟୋ ସେୟାର କରିଛନ୍ତି । ପ୍ରକାଶ ଥାଉକି କି ରାଷ୍ଟ୍ରୀୟ ପୁରସ୍କାର ବିଜେତା ଫିଲ୍ମ ନିର୍ମାତା ସୋନାଲୀ ଦ୍ବାରା ଲିଖିତ ଏବଂ ନିର୍ଦ୍ଦେଶିତ ଫିଲ୍ମ 'ଦ ସ୍କାଇ ଇଜ ପିଙ୍କ' ମୋଟିଭେସନାଲ ସ୍ପିକର ଆୟଶା ଚୌଧୁରୀ ଏବଂ ତାଙ୍କ ପିତା-ମାତାଙ୍କ କାହାଣୀ ଉପରେ ଆଧାରିତ ।
- " class="align-text-top noRightClick twitterSection" data="
">
ଶୁଣିବାକୁ ମିଳୁଛି ଯେ ପାଖାପାଖି ତିନି ବର୍ଷ ପରେ ପ୍ରିୟଙ୍କା ଏହି ଫିଲ୍ମ ଜରିଆରେ ବଲିଉଡକୁ ଫେରିଛନ୍ତି । ସେ ଶେଷଥର 2015ରେ ଆସିଥିବା ଭଂସାଲୀଙ୍କ ଫିଲ୍ମ 'ବାଜିରାଓ ମସ୍ତାନୀ'ରେ ନଜର ଆସିଥିଲେ । ପ୍ରକାଶ ଥାଉକି, ଫିଲ୍ମଟି ଅକ୍ଟୋବର 11ରେ ରିଲିଜ ହେବ ।