ETV Bharat / sitara

‘ଏତରାଜ’ ରିଲିଜକୁ 16 ବର୍ଷ, ନିର୍ମାତାଙ୍କୁ ଧନ୍ୟବାଦ ଜଣାଇଲେ ଦେଶୀ ଗର୍ଲ

ଅକ୍ଷୟଙ୍କ ସହ ଫିଲ୍ମ ‘ଏତରାଜ’ରେ ଜବରଦସ୍ତ ରୋମାନ୍ସ କରିଥିଲେ ପ୍ରିୟଙ୍କା ଚୋପ୍ରା । 2004 ନଭେମ୍ବର 12ରେ ରିଲିଜ ହୋଇଥିଲା ଏହି ଫିଲ୍ମ । 16 ବର୍ଷ ରିଲିଜ ଅବସରେ ଖାସ୍ କଥା କହିଲେ ପ୍ରିୟଙ୍କା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିୟଙ୍କା ଚୋପ୍ରା

author img

By

Published : Nov 13, 2020, 2:21 PM IST

ମୁମ୍ବାଇ: ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ଖୁବଶୀଘ୍ର ହଲିଉଡ ଫିଲ୍ମ ‘ଟେକ୍ସଟ ଫର ୟୁ’ରେ ନଜର ଆସିବେ । ଯାହାକୁ ନେଇ ଉତ୍ସାହିତ ତାଙ୍କ ଫ୍ୟାନ୍ସ । ନିକଟରେ ଏହାର ଘୋଷଣା ସେ ସୋସିଆଲ ମିଡିଆରେ କରିଥିଲେ । ଇତିମଧ୍ୟରେ ତାଙ୍କ ଚର୍ଚ୍ଚିତ ଫିଲ୍ମ ‘ଏତରାଜ’ ରିଲିଜକୁ 16 ବର୍ଷ ପୂରଣ ହୋଇଛି । ଏହି ଅବସରରେ ଫିଲ୍ମକୁ ନେଇ ନିଜ ଖୁସି ପ୍ରକାଶ କରିଛନ୍ତି ପିସି । ଫିଲ୍ମକୁ ପ୍ରିୟଙ୍କାଙ୍କ ବୋଲ୍ଡ ଫିଲ୍ମରେ ଗଣାଯାଏ । ଫିଲ୍ମରେ ପ୍ରିୟଙ୍କାଙ୍କ ସହ ସୁପରଷ୍ଟାର ଅକ୍ଷୟ କୁମାର ଓ କରୀନା କପୁର ଖାନଙ୍କ ମଧ୍ୟ ଅଭିନୟ କରିଥିଲେ ।

ସେ ଇନଷ୍ଟାଗ୍ରାମରେ ଫିଲ୍ମରୁ ଏକ ଭିଡିଓ କ୍ଲିପ ସେୟାର କରି ସେ ଜଣାଇଛନ୍ତି କପରି ସେ ଏହି ଫିଲ୍ମ ପାଇଁ କୌଣସି ବି ଚରିତ୍ରକୁ ପୂର୍ବ ଧାରଣା ବିନା ଦେଖିବାରେ ସକ୍ଷମ ହୋଇଥିଲେ । ଆଉ କ୍ୟାପସନରେ ଲେଖିଛନ୍ତି, ‘2004ରେ ମତେ ଅଭିନେତ୍ରୀ ହେବାର ମାତ୍ର ଏକ ବର୍ଷ ପୂରଣ ହୋଇଥିଲା । ଅବ୍ବାସ-ମସ୍ତାନଙ୍କ ଥ୍ରିଲର ଡ୍ରାମା ଫିଲ୍ମରେ ମୁଁ ସୋନିଆ ରୟ ଭୂମିକାରେ ଅଭିନୟ କରିଥିଲି । ମୋର ଏଯାବତ ଭୂମିକା ମଧ୍ୟରେ ଏହି ଫିଲ୍ମରେ ମୋର ବୋଲ୍ଡ ଅନ୍ଦାଜ ଅଧିକ ଦେଖିବାକୁ ମିଳିଛି । ଗୋଟିଏ ପକ୍ଷରୁ ଏହା ବହୁତ ବଡ ବିପଦ ପରି ମଧ୍ୟ ଥିଲା । କାରଣ ମୁଁ ଫିଲ୍ମରେ ନୂଆ ଥିଲି । ମୁଁ ମାନୁଛି ସେହି ସମୟରେ ମୁଁ ବହୁତ ଡରିଯାଇଥିଲି । ହେଲେ ମୋ ଭିତରର କଳାକାର କହୁଥିଲା ମତେ କିଛି ଭଲ କରିବାର ଆବଶ୍ୟକ ଅଛି । ସୋନିଆଙ୍କ ଭୂମିକା ଠିକ୍ ସେହିପରି ଥିଲା, ଦୁର୍ଦ୍ଦାନ୍ତ, ହିଂସାତ୍ମକ, ଜଟିଳ ଏବଂ ଅଧିକାଂଶ କ୍ଷେତ୍ରରେ ଆତ୍ମ-ପ୍ରେମୀ କିନ୍ତୁ ଅତ୍ୟଧିକ ଭାବପ୍ରବଣ ମଧ୍ୟ ଥିଲା ।’

ଏହାସହ ସେ ଅବ୍ବାସ-ମସ୍ତାନଙ୍କ ଯୋଡିଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ତାଙ୍କୁ ଏପରି ରୋଲର ଅଫର କରିଥିବାରୁ । ସେ ଏହି ଫିଲ୍ମ ପାଇଁ ବଲିଉଡରେ ନିଜର ସ୍ବତନ୍ତ୍ର ସ୍ଥାନ ସ୍ଥାପନ କରିପାରିଛନ୍ତି । ଯାହାକୁ ନେଇ ସେ ଏଯାବତ ଅବ୍ବାସ-ମସ୍ତାନଙ୍କ ଋଣି ରହିଆସୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.