ମୁମ୍ବାଇ: ଆଜି ପୁରା ବିଶ୍ବରେ ଖୁବ ଧୂମଧାମରେ ପାଳନ ହେଉଛି ବଡ ଦିନ ତଥା ଖ୍ରୀଷ୍ଟମାସ । ଏହି ଖାସ୍ ଅବସରରେ ସମସ୍ତେ ସମସ୍ତଙ୍କୁ ଉପହାର ଦେବାରେ ଲାଗିଛନ୍ତି । ଏହାବ୍ୟତୀତ ଖ୍ରୀଷ୍ଟମାସ ଇଭରେ ଜନସାଧାରଣ ଘରେ ସ୍ବାଦିଷ୍ଟ କେକ, କୁକିଜ ମଧ୍ୟ ତିଆରି କରି ସମସ୍ତଙ୍କୁ ଖାଇବାକୁ ଦିଅନ୍ତି । ଏହି ସେଲିବ୍ରିଶନରୁ ବାଦ ପଡିନାହାଁନ୍ତି ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ବାମୀ ନିକ ଜୋନସ ।
ଏହି କପଲ କୁକିଜ ତିଆରି କରୁଥିବାର ଏକ ଭିଡିଓରେ ନଜର ଆସୁଛନ୍ତି। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାର ଲାଗିଛି। ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ନିକ। ଯେଉଁଥିରେ ପତ୍ନୀଙ୍କ ସହ ମିଶି କୁକିଜ ତିଆରି କରୁଛନ୍ତି ସେ। ବିବାହ ପରେ ଦୁଇଜଣଙ୍କ ଏହା ଦ୍ବିତୀୟ ଖ୍ରୀଷ୍ଟମାସ।
- " class="align-text-top noRightClick twitterSection" data="
">
ଭିଡିଓରେ ପ୍ରିୟଙ୍କାଙ୍କ ଝିଆରୀ କ୍ରିଷ୍ଣା ମଧ୍ୟ ନଜର ଆସୁଛନ୍ତି । ପ୍ରକାଶ ଥାଉକି ପ୍ରିୟଙ୍କା ଓ ନିକ ଏବେ ନିଜ ଆଗାମୀ ପ୍ରୋଜେକ୍ଟକୁ ନେଇ ଖୁବ୍ ବ୍ୟସ୍ତ ଅଛନ୍ତି । ପିସି ନିଜ ଆଗାମୀ ଫିଲ୍ମ ‘ଦ ହ୍ବାଇଟ ଟାଇଗର’କୁ ନେଇ ଚର୍ଚ୍ଚାରେ । ଏହି ଫିଲ୍ମରେ ପ୍ରିୟଙ୍କା ସହ ରାଜକୁମାର ରାଓ ମୁଖ୍ୟ ଭୂମିକାରେ ନଜର ଆସିବେ। ଅନ୍ୟପଟେ ନିକ ସେହିପରି ଦୁଇଟି ଫିଲ୍ମରେ ନଜର ଆସିବେ । ‘ମିଡୱେ’ ଓ ‘ଜୁମାନଜୀ’ରେ ବର୍ତ୍ତମାନ କାମ କରୁଛନ୍ତି ସେ ।