ETV Bharat / sitara

'ଟେକ୍ସଟ୍ ଫର୍ ୟୁ' ର ସୁଟିଂ ଶେଷ କଲେ ପ୍ରିୟଙ୍କା

author img

By

Published : Jan 10, 2021, 4:44 PM IST

ପ୍ରିୟଙ୍କା ଚୋପ୍ରା ହଲିଉଡର ରୋମାଣ୍ଟିକ୍ ଫିଲ୍ମ 'ଟେକ୍ସଟ୍ ଫର୍ ୟୁ'ର ସୁଟିଂ ଶେଷ କରିଛନ୍ତି । ସେ ସୋସିଆଲ ମିଡିଆରେ ଏ ବିଷୟରେ ସୂଚନା ଦେଇଛନ୍ତି । ଅଧିର ପଢନ୍ତୁ...

ଲଣ୍ଡନ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ଆଗାମୀ ହଲିଉଡ ରୋମାଣ୍ଟିକ ଫିଲ୍ମ 'ଟେକ୍ସଟ୍ ଫର୍ ୟୁ' ର ସୁଟିଂ ଶେଷ କରିଛନ୍ତି ।

ଲକଡାଉନର ପ୍ରତିବନ୍ଧକ ସତ୍ତ୍ବେ ସେ ଏହି ସୁଟିଂ କାମକୁ ଭଲ ଭାବରେ ଶେଷ କରିଥିବାରୁ ସେ ତାଙ୍କ ପୁରା ଟିମକୁ ଧନ୍ୟବାଦ ଦେଇଛନ୍ତି । ଏହି ଚଳଚ୍ଚିତ୍ରର ସୁଟିଂ ପାଇଁ ପ୍ରିୟଙ୍କା ଗତ କିଛି ମାସ ଧରି ଲଣ୍ଡନରେ ରହୁଥିଲେ । ବର୍ତ୍ତମାନ ସେ ଏହି ଅପଡେଟ୍ ଏବଂ ଫିଲ୍ମର କିଛି ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ପ୍ରିୟଙ୍କା ତାଙ୍କ ପୋଷ୍ଟରେ ଲେଖିଛନ୍ତି, ଶୁଟିଂ ଶେଷ ହୋଇଛି । ସମଗ୍ର କାଷ୍ଟ ଏବଂ କ୍ରୁଙ୍କୁ ଅଭିନନ୍ଦନ ଏବଂ ଧନ୍ୟବାଦ ।

ଅନ୍ୟ ଏକ ପୋଷ୍ଟରେ ପ୍ରିୟଙ୍କା ଲେଖିଛନ୍ତି, 'ଶେଷ ଦିନ ସେଟରେ! ହ୍ୟାସଟ୍ୟାଗ୍ 'ଟେକ୍ସଟ୍ ଫର୍ ୟୁ' । ମୁଁ ଏହି ପୁରା କ୍ରୁ ଟିମଙ୍କୁ ମନେ ରଖିବି, ଯାହାଙ୍କ ସହ ମୁଁ ଗତ 3 ମାସ ବିତାଇଛି । ଧନ୍ୟବାଦ ।

ଗୋଟିଏ ଫଟୋରେ ପ୍ରିୟଙ୍କା ତାଙ୍କ ଭ୍ୟାନିଟି ଚେୟାରରେ ବସି ସ୍କ୍ରିପ୍ଟ ସହିତ ପୋଜ୍ କରୁଥିବାର ନଜର ଆସିଛନ୍ତି ।

ଅନ୍ୟ ଏକ ଫଟୋରେ ପ୍ରିୟଙ୍କା ସୁଟିଂର ଶେଷ ଦିନରେ ସେଟରେ ନଜର ଆସିଛନ୍ତି ।

ପ୍ରକାଶ ଥାଉ ଯେ, ଫିଲ୍ମ 'ଟେକ୍ସଟ୍ ଫର୍ ୟୁ' ହେଉଛି ଜର୍ମାନ ଚଳଚ୍ଚିତ୍ରର ରିମେକ୍, ଯାହା 2016 ମସିହାରେ ମୁକ୍ତିଲାଭ କରିଥିଲା ​​। ଏହା ସୋଫି କ୍ରାମରଙ୍କ ନୋବେଲ ଉପରେ ଆଧାରିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.