ମୁମ୍ବାଇ: ପ୍ରିୟଙ୍କା ଚୋପ୍ରାଙ୍କ ନାଁରେ କେବଳ ଗ୍ଲୋବାଲ ଆଇକନ ନୁହେଁ । ସେ ଇଣ୍ଟରନ୍ୟାସନାଲ ଲେଭଲରେ ନିଜ ଗ୍ଲୋବାଲ ଆଇକନ ରୂପେ ସ୍ଥାପିତ କରିବାରେ ସଫଳ । ଖାଲି ଏତିକି ନୁହେଁ ସେ ପୁରା ବିଶ୍ବରେ ସବୁଠାରୁ ଫେଭରେଟ ଭାରତୀୟ ସେଲିବ୍ରିଟି ମଧ୍ୟ । ନିକଟରେ ହୋଇଥିବା ଏକ ସର୍ଭେରେ ପ୍ରିୟଙ୍କା ଅନ୍ତରାଷ୍ଟ୍ରୀୟ ଜଗତରେ ନିଜ ପ୍ରତିଭାକୁ ସାବ୍ୟସ୍ତ କରିବାରେ ସଫଳ ହୋଇଛନ୍ତି । ଏହି ସର୍ଭେ ଅନୁଯାୟୀ ପ୍ରିୟଙ୍କା ଏମିତି ଇଣ୍ଡିଆନ ଆକ୍ଟ୍ରେସ, ଯିଏ ବିଶ୍ବବାସୀଙ୍କୁ ପ୍ରଭାବିତ କରିଛନ୍ତି ।
ପ୍ରିୟଙ୍କାଙ୍କ ଏହି ଦୌଡରେ ସଲମାନ ଖାନ, ଶାହରୁଖ ଖାନ ଓ ଅମିତାଭ ବଚ୍ଚନ ବହୁତ ପଛରେ ରହିଯାଇଛନ୍ତି । ଏହି ସର୍ଭେ ଅକ୍ଟୋର 2018ରୁ ଅକ୍ଟୋବର 2019 ମଧ୍ୟରେ କରାଯାଇଥିଲା । ଏହା ଅନୁଯାୟୀ ପ୍ରିୟଙ୍କାଙ୍କ ନାମ ଇଣ୍ଟରନେଟରେ 2.74 ମିଲିୟନ ଥର ସର୍ଚ୍ଚ କରାଯାଇଛି । ଏହି କ୍ରମରେ ଦ୍ବିତୀୟରେ ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ସନ୍ନି ଲିଓନୀଙ୍କ ନାମ ମଧ୍ୟ ସାମିଲ ଅଛି ।
ସେହିପରି ଭାରତୀୟ ଅଭିନେତାଙ୍କ ମଧ୍ୟରେ ସଲମାନ ଖାନ ଏହି କ୍ରମରେ ଟପରେ ଅଛନ୍ତି । ତାଙ୍କୁ ପାଖାପାଖି 1.89 ମିଲିୟନ ଥର ସର୍ଚ୍ଚ କରାଯାଇଛି । ସଲମାନଙ୍କ ପରେ ଅମରିଶ ପୁରୀ ଓ ଶାହରୁଖ ଖାନଙ୍କୁ ମଧ୍ୟ ପ୍ରଶଂସକ ଅଧିକ ସର୍ଚ୍ଚ କରିଛନ୍ତି । ଅମିତାଭ ଏହି ସୂଚୀରେ ସପ୍ତମ ସ୍ଥାନରେ ଅଛନ୍ତି ।