ETV Bharat / sitara

ରିଲିଜ ହେଲା ଚର୍ଚ୍ଚିତ ‘ଦ ହ୍ବାଇଟ ଟାଇଗର’ର ଟ୍ରେଲର

author img

By

Published : Oct 29, 2020, 4:44 PM IST

ରିଲିଜ ହୋଇଯାଇଛି ବହୁ ଚର୍ଚ୍ଚିତ ଫିଲ୍ମ ‘ଦ ହ୍ବାଇଟ ଟାଇଗର’ଙ୍କ ଜବରଦସ୍ତ ଟ୍ରେଲର । ଡିସେମ୍ବରରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ଫିଲ୍ମ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ଶେଷଥର ବଲିଉଡ ଫିଲ୍ମ ‘ଦ ସ୍କାଏ ଇଜ ପିଙ୍କ’ରେ ନଜର ଆସିଥିଲେ । ହେଲେ ଏବେ ତାଙ୍କ ଅପକମିଂ ଫିଲ୍ମ ‘ଦ ହ୍ବାଇଟ ଟାଇଗର’ ଦେଖିବାକୁ ବ୍ୟାକୁଳ ସମସ୍ତେ । ଯାହାର ଜବରଦସ୍ତ ଟ୍ରେଲର ରିଲିଜ ହୋଇଯାଇଛି । ଫିଲ୍ମରେ ତାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ ଲୋକପ୍ରିୟ ଅଭିନେତା ରାଜକୁମାର ରାଓ । ଟ୍ରେଲର ବର୍ତ୍ତମାନ ଦର୍ଶକଙ୍କ ମନ କିଣିବାରେ ଲାଗିଛି।

  • " class="align-text-top noRightClick twitterSection" data="">

ହେଲେ ଟ୍ରେଲରରେ ଅଭିନେତା ଆଦର୍ଶ ଗୌରବ ଦର୍ଶକଙ୍କ ମନ ଅଧିକ କିଣିଛନ୍ତି । ଟ୍ରେଲରରେ ଦେଖିବାକୁ ମିଳୁଥିବା କାହାଣୀରୁ ଏହା ସ୍ପଷ୍ଟ ଯେ ଆଦର୍ଶଙ୍କ ଭୂମିକା ପ୍ରିୟଙ୍କା ଏବଂ ରାଜକୁମାର ଠାରୁ କମ୍ ନୁହେଁ।

ଫିଲ୍ମର କାହାଣୀ ଜଣେ ଚାକରଙ୍କର ଯିଏ ଏନଆରଆଇ ମାଲିକଙ୍କ ସେବାରେ ନିଜ ଜୀବନକୁ ଭୁଲିଯାଏ। ‘ଦ ହ୍ବାଇଟ ଟାଇଗର’ରେ ପ୍ରିୟଙ୍କା ଏବଂ ରାଜକୁମାର ଜଣେ ଏନଆରଆଇ ଦମ୍ପତି ହୋଇଥିବା ବେଳେ ଆଦର୍ଶ ସେମାନଙ୍କର ଡ୍ରାଇଭର ଏବଂ ସେବକ ରୂପେ ନଜର ଆସିବେ। ଧନୀ, ଗରିବ ମଧ୍ୟରେ ଥିବା ପାର୍ଥକ୍ୟକୁ ଫିଲ୍ମର କାହାଣୀରେ ପର୍ଯ୍ୟବେଶିତ କରାଯାଇଛି । ଆସନ୍ତା ଡିସେମ୍ବରରେ ନେଟଫ୍ଲିକ୍ସରେ ରିଲିଜ ହେବ ଫଲ୍ମ । ଏବେ ଦେଖନ୍ତୁ ଟ୍ରେଲର...

ପ୍ରକାଶ ଥାଉକି ‘ଦ ହ୍ବାଇଟ ଟାଇଗର’ 2008ରେ ଆସିଥିବା ଅରବିନ୍ଦ ଅଡିଗାଙ୍କ ନୋବେଲ କାହାଣୀ । ଯାହାକୁ ନେଇ ଖୁବ୍ ଚର୍ଚ୍ଚା ମଧ୍ୟ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.