ମୁମ୍ବାଇ: ଗ୍ଲୋବାଲ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ତଥା ଆମେରିକାର ପପୁଲାର ପପ ଗାୟକ ନିକ ଜୋନସଙ୍କୁ ହଲିଉଡ ଠାରୁ ଅଧିକ ବଲିଉଡ ଗୀତ ପସନ୍ଦ । ନିକଟରେ ସ୍ବାମୀଙ୍କ ଏହି ପସନ୍ଦ ବିଷୟରେ ପତ୍ନୀ ପ୍ରିୟଙ୍କା ଏକ ସାକ୍ଷାତକାରରେ ଖୁଲାସା କରିଥିଲେ । ଯାହା ଏବେ ଫ୍ୟାନ୍ସଙ୍କ ପାଇଁ ସତ ସାବ୍ୟସ୍ତ ହୋଇଛି ।
- View this post on Instagram
Unedited National Jiju made a comeback 😂. (Not edited!) Nick really is desi at heart #nickjonas
">
ଆଜ୍ଞା ହଁ, ନିକ ନିଜ କନ୍ସର୍ଟ ପୂର୍ବରୁ ବଲିଉଡ ଗୀତ ଶୁଣନ୍ତି । ଏଥର ମଧ୍ୟ ନିଜ ଶୋ ପୂର୍ବରୁ ବଲିଉଡ ଗୀତରେ ଜବରଦସ୍ତ ଡାନ୍ସ କରୁଥିବାର ନଜର ଆସୁଛନ୍ତି । ଆୟୁଷ୍ମାନ ଖୁରାନାଙ୍କ ପପୁଲାର ଗୀତ ‘ମୋରନୀ ବନକେ’ରେ ଡାନ୍ସ କରୁଛନ୍ତି। ବର୍ତ୍ତମାନ ତାଙ୍କ ଏହି ଡାନ୍ସ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଦେଖିବାକୁ ମିଳୁଛି ।
ନିକ ଇନଷ୍ଟାଗ୍ରାମ ଷ୍ଟୋରିରେ ଏହି ଡାନ୍ସ ଭିଡିଓକୁ ସେୟାର କରିଛନ୍ତି । ଅରେଞ୍ଜ କଲର ସୁଟ ପିନ୍ଧି ଡାନ୍ସରେ ମଜି ଯାଇଛନ୍ତି ସେ । ପ୍ରକାଶ ଥାଉକି ନିକ ପଞ୍ଜାବୀ ଗୀତର ସୌଖୀନ । ସେ ପ୍ରାୟତଃ ପ୍ରିୟଙ୍କାଙ୍କ ସହ ପଞ୍ଜାବୀ ଗୀତରେ ଡାନ୍ସ କରୁଥିବାର ଦେଖାଯାଆନ୍ତି । କିଛି ଦିନ ପୂର୍ବରୁ ନିକ ଅଭିନେତା ବରୁଣ ଧୱନଙ୍କ ଫିଲ୍ମ ‘କଲଙ୍କ’ର ଲୋକପ୍ରିୟ ଗୀତ ‘ଫାଷ୍ଟ କ୍ଲାସ’ରେ ମଧ୍ୟ ଡାନ୍ସ କରି ଭିଡିଓ ସେୟାର କରିଥିଲେ ।
ଯଦି ପ୍ରିୟଙ୍କାଙ୍କ କଥା ହେବା ତେବେ ନିଜର ଆଗାମୀ ଫିଲ୍ମ ‘ଦ ସ୍କାଇ ଇଜ ପିଙ୍କ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଆସନ୍ତା କାଲି(ଶୁକ୍ରବାର) ଫିଲ୍ମ ରିଲିଜ ହେବାକୁ ଯାଉଛି । ଯାହାକୁ ନେଇ ଉତ୍ସାହିତ ଷ୍ଟାର-କାଷ୍ଟ ।