ମୁମ୍ବାଇ: ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ଖୁବଶୀଘ୍ର ହଲିଉଡ ରୋମାଣ୍ଟିକ ଫିଲ୍ମ ‘ଟେକ୍ସ ଫର୍ ୟୁ’ ନେଇ ପରଦାକୁ ଫେରିବେ । ଯେବେଠୁ ସେ ଏହି ଫିଲ୍ମର ଘୋଷଣା କରିଛନ୍ତି ତେବେଠୁ ଚର୍ଚ୍ଚାରେ ରହିଆସୁଛନ୍ତି ସେ । ଫ୍ୟାନ୍ସ ତାଙ୍କ ଏହି ଫିଲ୍ମକୁ ନେଇ ଏକ୍ସାଇଟେଡ ନଜର ଆସୁଛନ୍ତି । ଏବେ ପୁଣି ସେ ନିଜ ଅନ୍ଦାଜରେ ଫ୍ୟାନ୍ସଙ୍କୁ ଖୁସ୍ କରିଦେଇଛନ୍ତି । କାରଣ ସେ ସୋସିଆଲ ମିଡିଆରେ ‘ଟେକ୍ସ ଫର୍ ୟୁ’ ସେଟରୁ ବିହାଇଣ୍ଡ ଦ ସିନର ଏକ ଫଟୋ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା । ଫିଲ୍ମରେ ସେ ସ୍କଟିସ୍ ଅଭିନେତା ସାମ୍ ହେଗାନ୍ ସହ ନଜର ଆସିବେ ।
- " class="align-text-top noRightClick twitterSection" data="
">
ସୂଚନା ଅନୁଯାୟୀ, ପିସି ଫିଲ୍ମରେ ସାମ୍ଙ୍କୁ କିସ୍ କରୁଥିବାର ଦେଖାଯିବେ । ଯାହା ପାଇଁ ସେ ବାଥରୁମର ଆଇନା ପାଖରେ ଠିଆ ହୋଇ ସିନର ପ୍ରାକ୍ଟିସ୍ କରୁଥିବାର ଦେଖାଯାଉଛନ୍ତି । ଆଉ ଏହାର ଏକ ଫଟୋ ସେ ଇନଷ୍ଟାଗ୍ରାମର ଷ୍ଟୋରିରେ ଫ୍ୟାନ୍ସଙ୍କ ପାଇଁ ମଧ୍ୟ ସେୟାର କରିଛନ୍ତି । ଯାହାକୁ ତାଙ୍କ ମିରର ସେଲ୍ଫି କୁହାଯାଉଛି । ଦେଖନ୍ତୁ ଫଟୋ...
ପ୍ରକାଶ ଥାଉକି ଫିଲ୍ମରେ ସେ ଜଣେ ଏମିତି ମହିଳା ଭୂମିକାରେ ଅଭିନୟ କରୁଛନ୍ତି ଯିଏ ନିଜ ପ୍ରେମିକଙ୍କୁ ହରାଇଛନ୍ତି । ଆଉ ନିଜ ପ୍ରେମିକଙ୍କ ପୁରୁଣା ନମ୍ବରକୁ କ୍ରମାଗତ ଭାବେ ବାର୍ତ୍ତା ପଠାଇବାକୁ ଚେଷ୍ଟା କରି ସେ ସହରର ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଯୋଡି ହୋଇଯାଆନ୍ତି, ଯିଏ ପ୍ରେମରେ ପୂର୍ବରୁ ଧୋକା ଖାଇଥିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ