ୱାଶିଂଟନ: ଦେଶରେ ଚାଲିଥିବା କୃଷକ ଆନ୍ଦୋଳନର ସମର୍ଥନ କରୁଛନ୍ତି ବିଦେଶରେ ରହୁଥିବା ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା । ଗତ 6 ତାରିଖରେ ସେ କୃଷି ଆଇନ ବିରୁଦ୍ଧରେ ଚାଲିଥିବା କୃଷକ ଆନ୍ଦୋଳନରେ ପ୍ରତିକ୍ରିୟା ଦେଇଥିଲେ । ଯାହାପାଇଁ ବର୍ତ୍ତମାନ ତାଙ୍କୁ ଟ୍ରୋଲର କରାଯାଉଛି । ହେଲେ ଇତିମଧ୍ୟରେ ସେ ଅନ୍ୟ ଏକ କାରଣ ପାଇଁ ଚର୍ଚ୍ଚାରେ । ତାଙ୍କ ଫ୍ୟାନ୍ସଙ୍କ ପାଇଁ ସାମ୍ନାକୁ ଆସିଛି ଗୁଡନ୍ୟୁଜ । ଆଜ୍ଞା ହଁ, ଶୁଣିବାକୁ ମିଳୁଛି ପ୍ରିୟଙ୍କା ଚଳିତ ବର୍ଷ ଗ୍ଲୋବାଲ ସିଟିଜେନ ପୁରସ୍କାର ସମାରୋହରେ ତାଙ୍କ ସ୍ବାମୀ ତଥା ପପ ଷ୍ଟାର ନିକ ଜୋନସଙ୍କ ସହ ଏକ ବିଶେଷ ପ୍ରଦର୍ଶନ କରିବାକୁ ଯାଉଛନ୍ତି । ତେବେ ପ୍ରିୟଙ୍କା ଏବଂ ନିକ ଗାଲାରେ କେଉଁ କ୍ଷମତା ପ୍ରଦର୍ଶନ କରିବେ ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ ।
ଏବର୍ଷ ପପୁଲାର ଗାୟକ ଜନ ଲେଜେଣ୍ଡଙ୍କ ଦ୍ବାରା ଆୟୋଜିତ ପୁରସ୍କାର ବିତରଣ ସମାରୋହରେ ଚରମ ଦାରିଦ୍ର୍ୟ ଦୂର କରିବା ଦିଗରେ କାର୍ଯ୍ୟ କରୁଥିବା ଲୋକଙ୍କୁ ସ୍ବୀକୃତି ଦିଆଯିବ । ଏହି ସମାରୋହରେ ଆଲେସିଆ କାରା, କ୍ୟାରି ଅଣ୍ଡରଉଡ୍, କମନ୍, ଗୱେନ୍ ଷ୍ଟେଫାନି, ଜୋଜୋ ଏବଂ ଟୋରୀ କେଲିଙ୍କ ପ୍ରଦର୍ଶନ ମଧ୍ୟ ପ୍ରଦର୍ଶିତ ହେବ । ସେହିପରି ‘ଗେମ୍ ଅଫ୍ ଥ୍ରୋନ୍ସ’ ଷ୍ଟାର ନିକୋଲାଜ୍ କୋଷ୍ଟର-ୱାଲଡାଉଙ୍କ ଏଥିରେ ଯୋଗ ଦେବେ ବୋଲି ଶୁଣିବାକୁ ମିଳୁଛି ।
ପ୍ରଦାନ କରାଯିବାକୁ ଥିବା ଶ୍ରେଷ୍ଠ ପୁରସ୍କାରଗୁଡ଼ିକ ହେଉଛି ‘ଗ୍ଲୋବାଲ୍ ସିଟିଜେନ୍ ଅଫ୍ ଦି ଇୟର’, ଗ୍ଲୋବାଲ ସିଟିଜେନ ୱାର୍ଲ୍ଡ ଲିଡର ଆୱାର୍ଡ, ବିଜନେସ ଲିଡର ଆୱାର୍ଡ, ଗ୍ଲୋବାଲ ସିଟିଜେନ ଆର୍ଟିଷ୍ଟ ଅଫ୍ ଦି ଇୟର, ସିସ୍କୋ ୟଥ ଲିଡରଶିପ୍ ଆୱାର୍ଡ ଏବଂ ଗ୍ଲୋବାଲ ସିଟିଜେନ କଣ୍ଟ୍ରି ହିରୋ ଆୱାର୍ଡ । ପ୍ରକାଶ ଥାଉକି ଆସନ୍ତା 19ରୁ ପୁରସ୍କାର ବିତରଣ ସମଗ୍ର ବିଶ୍ବରେ ପ୍ରସାରିତ ହେବ ।
@IANS