ETV Bharat / sitara

ମଲାଲ ଫେମଙ୍କ ସହ ରୋମାନ୍ସ କରିବେ ସାଉଥ ଅଭିନେତ୍ରୀ ପ୍ରନୀତା

author img

By

Published : Nov 28, 2019, 10:08 PM IST

ଘୋଷଣା ହେଲା ‘ହଙ୍ଗାମା-2’ର ମୁଖ୍ୟ ଅଭିନେତ୍ରୀ ନାମ । ପ୍ରଥମଥର ମୀଜାନଙ୍କ ସହ କାମ କରିବାକୁ ଯାଉଛନ୍ତି କନ୍ନଡ ଅଭିନେତ୍ରୀ ପ୍ରନୀତା ସୁଭାଷ । ‘ହଙ୍ଗାମା 2’ ମୀଜାନଙ୍କ ଦ୍ବିତୀୟ ଫିଲ୍ମ । ପୂର୍ବରୁ ସେ ମଲାଲରେ ଡେବ୍ୟୁ କରିଥିଲେ ।

hungama-2
ଡିଜାଇନ ଫଟୋ

ମୁମ୍ବାଇ: ମଲାଲ ଫିଲ୍ମ ଜରିଆରେ ବଲିଉଡରେ ପଦାର୍ପଣ କରିଥିବା ଜାଭେଦ ଜାଫରୀଙ୍କ ଲାଡଲା ମୀଜାନ ଜାଫରୀ ଖୁବଶୀଘ୍ର ନିଜ ଅପକମିଂ ଫିଲ୍ମ ‘ହଙ୍ଗାମା-2’ ନେଇ ପରଦାରେ ନଜର ଆସିବେ । କିଛି ଦିନରୁ ଶୁଣିବାକୁ ମିଳୁଥିଲା ଯେ ଫେମସ ଫିଲ୍ମମେକର ପ୍ରିୟଦର୍ଶନ ଶୀଘ୍ର 2003ରେ ଆସିଥିବା ଅକ୍ଷୟ ଖନ୍ନାଙ୍କ କମେଡି ଡ୍ରାମା ଫିଲ୍ମ ‘ହଙ୍ଗାମା’ ସିକ୍ବେଲ ନିର୍ମାଣ କରିବେ । ଯାହାର ଟାଇଟଲ ‘ହଙ୍ଗାମା 2’ ରଖାଯାଇଛି । ପ୍ରିୟଦର୍ଶନ ଏହା ଉପରେ କାମ ମଧ୍ୟ ଆରମ୍ଭ କରିସାରିଲେଣି ।

ମୁଖ୍ୟ ଅଭିନେତା ପାଇଁ ମୀଜନାଙ୍କୁ ସାଇନ କରାଯାଇଛି । ଏବେ ଫିଲ୍ମର ମୁଖ୍ୟ ଅଭିନେତ୍ରୀ ରୂପେ କିଏ ନଜର ଆସିବ,ତାରା ଖୁଲାସା ମଧ୍ୟ ହୋଇଯାଇଛି । ଶୁଣିବାକୁ ମିଳୁଛି ଯେ ଫିଲ୍ମରେ ମୀଜାନଙ୍କ ସହ ରୋମାନ୍ସ କରିବେ ସାଉଥ ଅଭିନେତ୍ରୀ ପ୍ରନୀତା ସୁଭାଷ । ଏହାର ଖୁଲାସା ପ୍ରିୟଦର୍ଶନ ନିଜେ କରିଛନ୍ତି ।

ପ୍ରକାଶ ଥାଉକି ଗୋଆରେ ଚାଲିଥିବା 50ତମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ସମୟରେ ପ୍ରିୟଦର୍ଶନ ‘ହଙ୍ଗାମା 2’ର ଘୋଷଣା କରିଥିଲେ । ଫିଲ୍ମ ଘୋଷଣା ସହ ଷ୍ଟାର-କାଷ୍ଟଙ୍କ ନାମ ମଧ୍ୟ ଘୋଷଣା ହୋଇଥିଲା । ଏହି ଅବସରରେ ପ୍ରିୟଦର୍ଶନ କହିଥିଲେ ଯେ ଯେବେ ପ୍ରନୀତା ଅଡିଶନ ପାଇଁ ଆସିଥିଲେ, ତେବେ ସଙ୍ଗେସଙ୍ଗେ ତାଙ୍କୁ ଭରଷା ହୋଇଯାଇଥିଲା ଯେ ‘ହଙ୍ଗାମା-2’ ପାଇଁ ସେ ଏକଦମ ପରଫେକ୍ଟ ହିରୋଇନ । ପ୍ରଥମଥର ପ୍ରନୀତା-ମୀଜାନଙ୍କ ଯୋଡି ଦେଖିବାକୁ ପାଇବେ ଦର୍ଶକ ।

ସେହିପରି 2010ରେ ପ୍ରନୀତା କନ୍ନଡ ଫିଲ୍ମ ଜରିଆରେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ‘ହଙ୍ଗାମା-2’ ପୂର୍ବରୁ ସେ ଅଜୟ ଦେବଗନଙ୍କ ସହ ଫିଲ୍ମ ‘ଭୁଜ ଦ ପ୍ରାଇଡ ଅଫ ଇଣ୍ଡିଆ’ରେ ନଜର ଆସିବେ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.