ନୂଆଦିଲ୍ଲୀ: ସୋସିଆଲ ମିଡିଆ ସେନ୍ସେଶନ ପ୍ରିୟା ପ୍ରକାଶ ୱାରିୟର ନିଜ ଫିଲ୍ମ ଠାରୁ ଅଧିକ ନିଜ କ୍ୟୁଟନେଶ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ପ୍ରିୟା ପ୍ରାୟତଃ ସୋସିଆଲ ମିଡିଆରେ ସବୁ ଆକ୍ଟିଭିଟି ଫ୍ୟାନ୍ସଙ୍କ ସହ ସେୟାର କରୁଥିବାର ନଜର ଆସିଥାଆନ୍ତି । କିନ୍ତୁ ଏଥର ପ୍ରିୟା ଚର୍ଚ୍ଚାରେ ଆସିବାର କାରଣ କିଛି ଭିନ୍ନ କାରଣ ସାମ୍ନାକୁ ଆସିଛି । ପ୍ରିୟଙ୍କା ନିଜ ଇନଷ୍ଟାଗ୍ରାମ ପୋଷ୍ଟ ପାଇଁ ଟ୍ରୋଲ ହୋଇଛନ୍ତି । ଯାହାର କ୍ୟାପସନ ସେ ଭୁଲ କରିଥିଲେ । ଶୁଣିବାକୁ ମିଳୁଛି ଯେ ସେ କ୍ୟାପସନକୁ କପି ପେଷ୍ଟ କରିଛନ୍ତି ବୋଲି ।
କଥାଟି ହେଲା କି ପ୍ରିୟା ଇନଷ୍ଟାଗ୍ରାମରେ ନିଜର ଏକ ବିଜ୍ଞାପନର କିଛି ଫଟୋ ପୋଷ୍ଟ କରିଥିଲେ ଏବଂ ଜଲଦି ଜଲଦିରେ ସେ ଗୋଟିଏ ଭୁଲ କରିବସିଛନ୍ତି । ୟୁଜର୍ସଙ୍କ ନଜର ପ୍ରିୟାଙ୍କ ଫଟୋ ପୂର୍ବରୁ କମେଣ୍ଟ ଉପରେ ପଡିଯାଇଥିଲା । ଯେଉଁଥିରେ ସେ କ୍ୟାପସନ ସ୍ଥାନରେ ଲେଖିଥିଲେ, ଇନଷ୍ଟାଗ୍ରାମ ଏବଂ ଫେସବୁକ Text content.
- " class="align-text-top noRightClick twitterSection" data="
">
ସୋସିଆଲ ମିଡିଆରେ ଟ୍ରୋଲ ହେବାରୁ ପ୍ରିୟା କ୍ୟାପସନକୁ ପରିବର୍ତ୍ତନ କରିନେଇଥିଲେ । କିନ୍ତୁ ସେହି ପର୍ଯ୍ୟନ୍ତ ତାଙ୍କର ଏହି ଭୁଲ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇସାରିଥିଲା । ୟୁଜର୍ସ ତାଙ୍କ ଭୁଲର ସ୍କ୍ରିନସର୍ଟ ନେଇ ତାଙ୍କୁ ଦ୍ବିତୀୟଥର ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ ।