ETV Bharat / sitara

ପ୍ରୀତମଙ୍କୁ ପାଇ ରଣବୀର ଖୁସି

ରଣବୀରଙ୍କ ଆଗାମୀ ଫିଲ୍ମ 83ରେ ଗୀତ ଦେବେ ସଙ୍ଗୀତକାର ପ୍ରୀତମ । ରଣବୀର ପ୍ରିତମଙ୍କ ସହ ଏକ ଫଟୋ ପୋଷ୍ଟ କରି ଏ ବିଷୟରେ ସୂଚନା ଦେଇଛନ୍ତି ।

author img

By

Published : May 14, 2019, 12:35 PM IST

ଫଟୋ ସୌଜନ୍ୟ: ଟ୍ବିଟର/Ranveer Singh

ହାଇଦ୍ରାବାଦ: ବଲିଉଡ ବାଜିରାଓ ଗୋଟେ ପରେ ଗୋଟେ ହିଟ ଫିଲ୍ମ ଦେଇ ଚାଲିଛନ୍ତି । ନିକଟରେ ରଣବୀରଙ୍କ ଫିଲ୍ମ ଗଲିବୟ ରିଲିଜ ହୋଇଥିଲା । ଏବେ ରଣବୀର ନିଜ ଆଗାମୀ ଫିଲ୍ମ 83ର ସୁଟିଂରେ ବ୍ୟସ୍ତ ଅଛନ୍ତି । ତେବେ ଏ ଭିତରେ ରଣବୀର ପ୍ରୀତମଙ୍କ ସହ ଏକ ଫଟୋ ଟ୍ବିଟରରେ ପୋଷ୍ଟ କରିଥିଲେ । ଏଥିରେ ସେ ସୂଚନା ଦେଇଥିଲେ ଯେ, ପ୍ରୀତମ 83 ଫିଲ୍ମରେ ଗୀତ ଦେବେ ।

ତେବେ ରଣବୀର ପ୍ରୀତମଙ୍କ ଗୀତ ଗୁଡିକୁ ଖୁବ ପସନ୍ଦ କରନ୍ତି । 83 ସହ ପ୍ରୀତମ ଯୋଡି ହେଲାପରେ ଖୁସି ଅଛନ୍ତି ରଣବୀର । ଫିଲ୍ମ 83 ରିଲିଜ ପୂର୍ବରୁ ଅନକେ କାରଣ ଯୋଗୁଁ ଚର୍ଚ୍ଚାରେ ରହିଆସିଛି । କେତେବେଳେ ଫିଲ୍ମର ଷ୍ଟାରକାଷ୍ଟଙ୍କୁ ନେଇ ତ' କେବେ ସୁଟିଂକୁ ନେଇ । ତେବେ ନିକଟରେ ହିଁ ରଣବୀରଙ୍କ ଫିଲ୍ମରେ ଲୁକକୁ ନେଇ ଚର୍ଚ୍ଚା ହୋଇଥିଲା । ଏଥିରେ ରଣବୀର ପୁରା କପିଲ ଦେବଙ୍କ ପରି ଦିଶୁଥିଲେ ।

ପ୍ରକାଶ ଥାଉକି, ଫିଲ୍ମଟି କପିଲ ଦେବଙ୍କ ଜୀବନୀ ସହିତ 1983 ମସିହାରେ ଭାରତ ଜିତିଥିବା ପ୍ରଥମ ୱାର୍ଲ୍ଡ କପ ବିଷୟରେ ଆଧାରିତ । ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି କବୀର ଖାନ । ଫିଲ୍ମଟି 2020 ଅପ୍ରିଲ 10ରେ ରିଲିଜ ହୋଇପାରେ ।

Intro:Body:

sdfd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.