ହାଇଦ୍ରାବାଦ: 'ପ୍ରାଇମ ଭିଡିଓ' ସୋମବାର (ଫେବୃଆରୀ 14) ଘୋଷଣା କରିଛି ଯେ ଷ୍ଟ୍ରିମିଂ ସେବା ତାର ସଫଳ ଆନ୍ତର୍ଜାତୀୟ ସିରିଜ 'ମଡର୍ଣ୍ଣ ଲଭ' କୁ ତିନୋଟି ଭାରତୀୟ ଭାଷା ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ପ୍ରସାରଣ କରିବ। 240 ଦେଶରେ 'ମଡର୍ଣ୍ଣ ଲଭ: ମୁମ୍ବାଇ', 'ମଡର୍ଣ୍ଣ ଲଭ: ଚେନ୍ନାଇ' ଏବଂ 'ମଡର୍ଣ୍ଣ ଲଭ: ହାଇଦ୍ରାବାଦ' ସିରିଜ ପ୍ରସାରିତ କରାଯିବ ।
- " class="align-text-top noRightClick twitterSection" data="
">
ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏକ ଟିଜର ମାଧ୍ୟମରେ ପ୍ରାଇମ ଭିଡିଓ ପ୍ରକାଶ କରିଛି ଯେ “ତିନି ସହର” ର ପରିଦୃଶ୍ୟରେ “ତିନିଟି ନୂଆ ସିରିଜ୍” ରିଲିଜ୍ ହେବ, ଯେଉଁଥିରେ ନିର୍ମାତାମାନେ ଏକ ଅନୁଭବକୁ ଦେଖାଇବାକୁ ଚେଷ୍ଟା କରିବେ । ଏହି ସିରିଜଟି 'ମଡର୍ଣ୍ଣ ଲଭ' କାହାଣୀଗୁଡ଼ିକର ଏକ ରୂପାନ୍ତରଣ ହେବ । ମଡର୍ଣ୍ଣ ଲଭ ସିରିଜ ' ଦ ନ୍ୟୁୟର୍କ ଟାଇମ୍ସ' ର ଏହି ନାମର ସ୍ତମ୍ଭ ଅଧୀନରେ ଲେଖାଯାଇଥିବା କାହାଣୀ ଉପରେ ଆଧାରିତ।
ଆମାଜନ ଷ୍ଟୁଡିଓରେ 'ଅରିଜିନାଲ୍'ର ସ୍ଥାନୀୟ ମୁଖ୍ୟ ଜେମ୍ସ ଫାରେଲ କହିଛନ୍ତି ଯେ, ପ୍ରେମ ହେଉଛି ଏମିତି ଏକ ସର୍ବଭାରତୀୟ ଭାବନା ଯାହା ସମସ୍ତେ ବୁଝନ୍ତି। ସେ ଏକ ବୟାନରେ କହିଛନ୍ତି ଯେ, 'ମଡର୍ଣ୍ଣ ଲଭ' ଧାରାବାହିକ ପ୍ରେମର ବିଭିନ୍ନ ରୂପକୁ ଦର୍ଶାଇଛି। ଆମେ ଦେଖିଛୁ ଯେ ଆମେରିକୀୟ ଶୋ’ର କାହାଣୀରେ ବିଶ୍ବର ଦର୍ଶକମାନେ ସଂଯୋଗକୁ ଅନୁଭବ କରିଛନ୍ତି । ଆମେ ଅନୁଭବ କରୁଛୁ ଯେ, ଭାରତର ବିବିଧ ସଂସ୍କୃତି ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ଆମେ ଭରସା ଅଛି ଯେ ଭାରତୀୟ ରୂପାନ୍ତରଣ ମଧ୍ୟ ଆମ ଦର୍ଶକଙ୍କୁ ସେତିକି ହିଁ ପସନ୍ଦ ଆସିବ। ମୂଳ ମଡର୍ଣ୍ଣ ଲଭ ସିରିଜ ଆମେରିକୀୟ ରୋମାଣ୍ଟିକ- କମେଡି, ଯାହାକୁ ଜନ୍ କାର୍ନେ ତିଆରି କରିଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ