ମୁମ୍ବାଇ: କରୋନା ଭାଇରସ ଯୋଗୁଁ ଚାଲିଥିବା ଲକଡାଉନ ସମୟରେ ବଲିଉଡ ଇଣ୍ଡଷ୍ଟ୍ରି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । କିନ୍ତୁ ବର୍ତ୍ତମାନ କିଛି ନୂତନ ନିର୍ଦ୍ଦେଶାବଳୀ ସହିତ ବଲିଉଡ ଇଣ୍ଡଷ୍ଟ୍ରିର କିଛି ଫିଲ୍ମର ସୁଟିଂ ଆରମ୍ଭ ହେବାକୁ ଯାଉଛି । ବଲିଉଡର କିଛି ନିର୍ମାତା, ନିର୍ଦ୍ଦେଶକ, ଏବଂ ଳକାକାରମାନେ ନିଜ ଘରୁ ବାହାରକୁ ବାହାରୁଛନ୍ତି । ଏହି ସମୟରେ, ଦୀର୍ଘ 6 ମାସ ପରେ ମାସର ବ୍ରେକ ପରେ ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ମଧ୍ୟ ଶନିବାର ଦିନ ସୁଟିଂ ସେଟକୁ ଫେରିଛନ୍ତି ।
ନିକଟରେ,ପ୍ରୀତି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ସେଟ୍ ରେ ଆଖିରେ ମେକଅପ୍ ଲଗାଉଥିବାର ନଜର ଆସିଛନ୍ତି ।
- " class="align-text-top noRightClick twitterSection" data="
">
ଭିଡିଓ ସହିତ କ୍ୟାପସନରେ ପ୍ରୀତି କହିଛନ୍ତି, ପ୍ରାୟ 6 ମାସ ପରେ କାମକୁ ଫେରିଛି । ଯାହା କି ଉଭୟ 'ଆନନ୍ଦ ଏବଂ ଭୟଭୀତ' ଅଟେ। ଏହି ମହାମାରୀ ସମୟରେ ବିଭିନ୍ନ ଭାବନା ବାହାରକୁ ଆସୁଛି । ବର୍ତ୍ତମାନ କରୋନା ବିସ୍ତାରକୁ ରୋକିବା ପାଇଁ ଅନେକ ସତର୍କତା ଅବଲମ୍ବନ କରିବାକୁ ପଡିବ । ସର୍ବଦା ଚେହେରାରେ ମାସ୍କ ପିନ୍ଧିବା ଜରୁରୀ ଅଟେ ।
ସୋସିଆଲ ମିଡିଆରେ ପ୍ରୀତି ବହୁତ ଆକ୍ଟିଭ ଥାଆନ୍ତି । ପ୍ରୀତି ତାଙ୍କର ଫଟୋ ଏବଂ ଭିଡିଓ ପ୍ରଶଂସକଙ୍କ ପାଇଁ ସେୟାର କରିଥାନ୍ତି ।ପ୍ରୀତିଙ୍କୁ 2018 ମସିହାରେ ଫିଲ୍ମ 'ଭାୟାଜୀ ସୁପରହିଟ୍'ରେ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରରେ ସନି ଦେଓଲ, ଅମିଷା ପଟେଲଙ୍କ ଭଳି କଳାକାରମାନେ ମଧ୍ୟ ଥିଲେ ।