ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ଏବେ ଗର୍ଭବତୀ ଅଛନ୍ତି । ଯାହାକୁ ନେଇ କରୀନା ସାଙ୍ଗମାନଙ୍କ ସହିତ ଗର୍ଭଧାରଣ ସମୟକୁ ଉପଭୋଗ କରୁଛନ୍ତି ।
ଦ୍ବିତୀୟ ଥର ମା' ହେବାକୁ ଯାଉଥିବା କରୀନା ନିଜକୁ ଖୁସି ରଖିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି ।
ନିକଟରେ କରୀନା ନିଜର ବିଏଫଏଫମାନଙ୍କ ସହିତ ଏନଞ୍ଜଏ କରୁଥିବାର ଫଟୋ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।
- " class="align-text-top noRightClick twitterSection" data="
">
କରୀନା ଆଉଟିଙ୍ଗ ସମୟରେ ତାଙ୍କ ଗାର୍ଲଗ୍ୟାଙ୍ଗ ସହିତ ଦେଖାହୋଇଥିଲେ ।
ଯେଉଁଥିରେ କରୀନା ମଲାଇକା ଆରୋରା ଏବଂ ଅମୃତା ଆରୋରା ଏବଂ କିଛି ବନ୍ଧୁମାନଙ୍କ ସହ ହସି କରି କ୍ୟାମେରା ଆଗରେ ପୋଜ୍ କରିଥିବାର ନଜର ଆସିଛନ୍ତି ।
ଏହି ଫଟୋ ସେୟାର କରି କ୍ୟାପସନରେ କରୀନା ଲେଖିଛନ୍ତି, ପୁଣିଥରେ । ସେ ତାଙ୍କ ଭଉଣୀ କରିସ୍ମା କପୁରଙ୍କୁ ମନେପକାଇ ଲେଖିଛନ୍ତି, "ମିସିଙ୍ଗ ଲୋଲୋ" ।
ପ୍ରକାଶ ଥାଉ ଯେ, କରୀନା ମାର୍ଚ୍ଚରେ ତାଙ୍କର ଦ୍ବିତୀୟ ସନ୍ତାନକୁ ଜନ୍ମ ଦେବେ ।
ଆଗାମୀ ସମୟରେ କରୀନା ଆମୀର ଖାନଙ୍କ ଷ୍ଟାରର ଲାଲ ସିଂ ଚଡ୍ଡାରେ ନଜର ଆସିବେ ।