ମୁମ୍ବାଇ: ଦମଦାର କମେଡି କରିବା ସହ ଜଣେ ଭଲ ମଣିଷ ରୂପେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଅଭିନେତା ସୁନୀଲ ଗ୍ରୋଭର । ସେ ଛୋଟ ପରଦାରୁ ନେଇ ବଡ ପରଦା ଏବଂ ଓଟିଟି ପ୍ଲାଟଫର୍ମରେ ନିଜ ଅଭିନୟର ଯାଦୁ ଦେଖାଇସାରିଛନ୍ତି । ଅଭିନୟ ବ୍ୟତୀତ ସେ ସୋସିଆଲ ମିଡିଆରେ ମଧ୍ୟ ସମସ୍ତଙ୍କୁ ଏଣ୍ଟରଟେନ କରନ୍ତି । ଇତିମଧ୍ୟରେ ଅଭିନେତା ଫିଲ୍ମ ଛାଡି କମଳା ଜୁସ୍ ବିକ୍ରି କରୁଥିବାର ନଜର ଆସୁଛନ୍ତି । ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ନାଁ । ତେବେ ଆସନ୍ତୁ ଜାଣିବା ପୁରା ମାମଲା...
- " class="align-text-top noRightClick twitterSection" data="
">
କଥାଟି ହେଲା ଯେ ନିକଟରେ ସେ ଇନଷ୍ଟାଗ୍ରାମରେ ନିଜର ଏକ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଜଣେ ଜୁସ୍ ବେପାରୀଙ୍କ ଦୋକାନରେ ଠିଆ ହୋଇ କମଳା ଜୁସ୍ ତିଆରି କରିଥିବାର ନଜର ଆସିଥିଲେ । ଆଉ ଏହାକୁ ସେୟାର କରି ମଜାଦାର ଅନ୍ଦାଜରେ ଲେଖିଥିଲେ, ‘ଆପନେ ଡାର୍ଲିଂ କୋ ୟେ ଜୁସ୍ ପିଲାଓ ।’
ଏହାପୂର୍ବରୁ ମଧ୍ୟ ସୁନୀଲ ଏକ ଦୋକାନରେ କାମ କରୁଥିବାର ନଜର ଆସିଥିଲେ । ସେ ଛୋଲେ କୁଲଚେ ବିକ୍ରି କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଦେଖିବାକୁ ମିଳିଥିଲା ।