ମୁମ୍ବାଇ: ଏକତା କପୁରଙ୍କ ସୁପର ନ୍ୟାଚୁରାଲ ଶୋ ‘ନାଗିନ 5’କୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା । ଏହି ଶୋ ଟେଲିକାଷ୍ଟ ହେବା ସହ ଚହଳ ସୃଷ୍ଟି କରିଛି । ଦର୍ଶକଙ୍କୁ ଶୋରେ ଅଭିନେତ୍ରୀ ହିନା ଖାନଙ୍କ ନାଗିନ ଲୁକ ଖୁବ୍ ପସନ୍ଦ ଆସୁଛି । ଏବେ ଶୋରେ ସତ୍ୟଯୁଗର ନାଗିନ ହିନା ନାଗ ମୋହିତ ମଲହୋତ୍ରାଙ୍କ ଓ ଚିଲ ଧୀରଜ ଧୂପରଙ୍କ କାହାଣୀ ଦେଖିବାକୁ ମିଳୁଛି । ଯେଉଁଥିରେ ଚିଲ ନାଗିନକୁ ପାଇବାକୁ ଚାହୁଁଛି । ଯାହାପାଇଁ ସେ ନାଗ ମୋହିତଙ୍କୁ ବନ୍ଦି କରିଦେଇଛି । ଏହା ଦେଖି ନାଗିନ ହିନା ଚିଲର ପ୍ରେମକୁ ଗ୍ରହଣ କରୁନାହଁ । ଯାହାପରେ ଚିଲ ନାଗକୁ ମାରିଦେଉଛି । ଆଉ ନାଗିନ ଚିଲକୁ ଅଭିଶାପ ଦେଉଛି ଯେ ସେ ପ୍ରତିଶୋଧ ନେବେ । ସେହିପରି ଏହି କାହାଣୀ ସହ ହିନାଙ୍କ ରୋଲ ଖୁବଶୀଘ୍ର ଶୋରେ ଶେଷ ହେବାକୁ ଯାଉଛି ।
ଆଉ ହିନାଙ୍କ ସ୍ଥାନରେ ନଜର ଆସିବେ ଅଭିନେତ୍ରୀ ସୁରଭି ଚାନ୍ଦନା । ସେ ହିନାଙ୍କ ଆଗାମୀ ଜନ୍ମର ରୋଲରେ ନଜର ଆସିବେ । ଇତିମଧ୍ୟରେ ତାଙ୍କର ନୂଆ ଲୁକ ସାମ୍ନାକୁ ଆସିଯାଇଛି । ରେଡ କଲର ଡ୍ରେସ ସୁରଭିଙ୍କ ଲୁକକୁ ଆହୁରି ଆକର୍ଷଣ କରୁଛି ।
- " class="align-text-top noRightClick twitterSection" data="
">
ଏହି ଅବସରରେ ଏକଟା ସୁରଭିଙ୍କ ଲୁକ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସୁରଭି ଏଣ୍ଟ୍ରି କରିବା ପରେ ପ୍ରଥମ ତାଙ୍କୁ ସାଧାରଣ ଝିଅ ଭୂମିକାରେ ଶୋର ଦେଖିବାକୁ ପାଇବେ ଦର୍ଶକ । ଯାହାଙ୍କୁ ସବୁବେଳେ ଭୟାନକ ସ୍ବପ୍ନ ଆସୁଥିବ । ହେଲେ ପରେ ସେ ନାଗିନ ବୋଲି ଜାଣିପାରିବେ । ଆଉ ସେ ପୂର୍ବ ଜନ୍ମର ପ୍ରତିଶୋଧ ଏ ଜନ୍ମରେ ନେବେ । ଶୋ ଟେଲିକାଷ୍ଟ ହେବା ପୂର୍ବରୁ ଏବେ ଆପଣ ଦେଖନ୍ତୁ ସୁରଭିଙ୍କ ନାଗିନ ଅବତାର...