ମୁମ୍ବାଇ: ଟିଭିର ଲୋକପ୍ରିୟ ଧାରାବାହିକ ‘ସାଥ ନିଭାନା ସାଥିୟା’ର ଫେମ ରୂପଲ ପଟେଲଙ୍କୁ ନେଇ ନୈରାଶ୍ୟଜନକ ଖବର । ଶୁଣିବାକୁ ମିଳୁଛି ଏହି ଧାରାବାହିକର ସିଜନ 2ରେ ତାଙ୍କ ଯାତ୍ରା ଶେଷ ହେବାକୁ ଯାଉଛି । ଏହା ଉପରେ ପ୍ରତିକ୍ରିୟା ଦେଇ ଚର୍ଚ୍ଚାରେ ‘ସାଥ ନିଭାନା ସାଥିୟା’ର ଗୋପି ବୋହୂ ତଥା ଅଭିନେତ୍ରୀ ଦେବୋଲୀନା ଭଟ୍ଟାଚାର୍ଯ୍ୟା ।
କଥାଟି ହେଲା ଯେ ରୂପଲଙ୍କୁ କେବଳ ଏକ ମାସ ପାଇଁ ‘ସାଥ ନିଭାନା ସାଥିୟା 2’ରେ ସାମିଲ କରାଯାଇଥିଲା । ଆଉ କିଛି ଦିନ ପରେ ସେ ଏହି ଶୋରୁ ବିଦାୟ ନେବେ । ହେଲେ ଏକଥାକୁ ନେଇ ଖୁସି ନଥିବା ଦେବୋଲୀନା କହିଛନ୍ତି, ‘ମୁଁ ଆଶ୍ଚର୍ଯ୍ୟ ଯେ ଏହା ଶୁଣିକି। ଆଉ ଖୁସି ମଧ୍ୟ ନାହିଁ ତାଙ୍କ ଶୋ ଛାଡିବାକୁ ନେଇ । ସତ କହିବାକୁ ଗଲେ ଜଣେ ଭ୍ୟୁଅର ଓ କୋ-ଷ୍ଟାର ରୂପେ ଏହା କୋକିଙ୍କୁ ଅଲବିଦା କହିଲା ଭଳି । ମୁଁ ଭାବି ମଧ୍ୟ ପାରୁନି । ହଁ ମୁଁ କୋକିଲାବେନଙ୍କୁ ସେଟରେ ମିସ୍ କରିବି। ଆଶା କରୁଛି ସେ ଫେରିବେ । ତଥାପି ମୁଁ ତାଙ୍କ ନିଷ୍ପତ୍ତିକୁ ସମ୍ମାନ କରୁଛି । ସେ ନିହାତି କିଛି ଭାବିଚିନ୍ତି ଏପରି ନିଷ୍ପତ୍ତି ନେଇଛନ୍ତି । ସେ ସିନିୟର କଳାକାର ହେବା ସହ ଭଲ ମଣିଷ ମଧ୍ୟ । ତାଙ୍କଠୁ ଶିଖୁଥିବା ଜିନିଷକୁ ମିସ୍ କରିବି । କୋକିଲା ଓ ଗୋପି ମଧ୍ୟରେ ହେଉଥିବା ସିନ୍ସ ବହୁତ ମନେ ପଡିବ । ’
ପ୍ରକାଶ ଥାଉକି ‘ସାଥ ନିଭାନା ସାଥିୟା 2’ର ପ୍ରାୟତଃ ନୂଆ କାଷ୍ଟଙ୍କୁ ଦେଖିବାକୁ ମିଳୁଛି । ପୂର୍ବ ପରି ଶୋକୁ ଦର୍ଶକଙ୍କ ପ୍ରଶଂସା ମିଳିବାରେ ଲାଗିଛି । ଟିଆରପି ଚାର୍ଟରେ ମଧ୍ୟ ଏହା ସାମିଲ ଅଛି । ସେହିପିର ନିକଟରେ କୋକିଲାବେନଙ୍କ ‘ରସୋଡେ ମେଁ କୌନ ଥା’ ଡାଇଲଗ ଦର୍ଶକଙ୍କ ମଧ୍ୟ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା ।