ETV Bharat / sitara

କାଶ୍ମୀର ପ୍ରଶଂସାରେ ଜୁବିନ - କାଶ୍ମୀରର ସୌନ୍ଦର୍ଯ୍ୟ ବର୍ଣ୍ଣାନା କଲେ ଜୁବିନ

ଜୁବିନଙ୍କ ଅନେକ ଗୀତ ପ୍ରାୟତଃ ଜାମ୍ମୁ-କାଶ୍ମୀରରେ ସୁଟ ହୋଇଥାଏ । ନିକଟରେ ରିଲିଜ ହୋଇଥିବା ଗୀତ ‘ତୁଝେ ଭୁଲାନା ତୋ ଚାହା’ର ସୁଟିଂ ମଧ୍ୟ କାଶ୍ମୀରରେ କରାଯାଇଥିଲା । ଏବେ ଏହାର ସୌନ୍ଦର୍ଯ୍ୟର ପ୍ରଶଂସା କରିଛନ୍ତି ଗାୟକ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ
author img

By

Published : Apr 14, 2021, 2:11 PM IST

ମୁମ୍ବାଇ: ଗତ ମାସ 31 ତାରିଖରେ ଲୋକପ୍ରିୟ ଗାୟକ ଜୁବିନ ନୌଟିଆଲଙ୍କ ଗୀତ ‘ତୁଝେ ଭୁଲାନା ତୋ ଚାହା’ ରିଲିଜ ହୋଇଥିଲା । ଯାହାକୁ ଖୁବ୍ ଲୋକପ୍ରିୟତା ମିଳିଛି । ସେହିପରି ଏହି ଗୀତର ସୁଟିଂ କାଶ୍ମୀରରେ କରିଥିଲେ ମେକର୍ସ । ଯେଉଁଥିରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ସମରୀନ କୌର ଓ ଆଇଏଏସ ଅଫିସର ଅଭିଷେକ ସିଂ । ଇତିମଧ୍ୟରେ କାଶ୍ମୀରର ସୌନ୍ଦର୍ଯ୍ୟର ବର୍ଣ୍ଣନା କରି ଚର୍ଚ୍ଚାରେ ଜୁବିନ।

ସେ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ‘ କାଶ୍ମୀର ଯାଇ ଗୀତର ସୁଟିଂ କରିବା ଆମ ପାଇଁ ଏକ ଭଲ ସୁଯୋଗ ଥିଲା। ଉପତ୍ୟକା କେତେ ସୁନ୍ଦର ଏବଂ ଆମେ ସୁଟିଂ କରିବା ସମୟରେ ଆମ ଟିମ ନିରାପଦ ଏବଂ ସୁସ୍ଥ ଥିଲା । ଜାମ୍ମୁ କାଶ୍ମୀରର ରାଜ୍ୟପାଳ ମନୋଜ ସିହ୍ନାଙ୍କ ଉପସ୍ଥିତିରେ ଆମେ ଏହି ଗୀତକୁ ସମରୀନଙ୍କ ସହର ଜାମ୍ମୁରେ ରିଲିଜ କରିଥିଲୁ। ଯାହାର ସୌନ୍ଦର୍ଯ୍ୟର କୌଣସି ତୁଳନା ନାହିଁ।’

ସେପଟେ ସମରୀନ କହିଛନ୍ତି, ‘ଜାମ୍ମୁ ମୁଁ ଘର ଏବଂ ଗୀତ ରିଲିଜ ସମୟରେ ଆମେ ଆମର ପ୍ରଶଂସକଙ୍କ ଠାରୁ ପାଇଥିବା ବିରାଟ ସମର୍ଥନକୁ ଭଲପାଉଥିଲୁ । ମୋର ସାଙ୍ଗ ଏବଂ ପରିବାର ଏକାଠି ମୋ ସହ ଥିଲେ । ଯାହା ଖୁବ୍ ଆନନ୍ଦଦାୟକ ଥିଲା ।’

ପ୍ରକାଶ ଥାଉକି ଗୀତରେ ନଜର ଆସୁଥିବା ଆଇଏଏସ ଅଫିସର ଅଭିଷେକଙ୍କୁ ଖୁବ୍ ପ୍ରଶଂସା ମଧ୍ୟ ମିଳିଛି । ଯିଏ ଦିଲ୍ଲୀର ଡେପୁଟି କମିଶନର ଭାବରେ କାର୍ଯ୍ୟ କରୁଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.