ମୁମ୍ବାଇ: ପଞ୍ଜାବର ପପୁଲାର ପପ ସିଙ୍ଗର ଗୁରୁ ରନ୍ଧୱା ପୂର୍ବରୁ ବଲିଉଡରେ ନିଜ ଯାଦୁ ଦେଖେଇ ସାରିଛନ୍ତି । ସେ ଯେତିକି ହିନ୍ଦୀ ଗୀତ ଗାଇଛନ୍ତି ତାହା ଦର୍ଶକଙ୍କ ପସନ୍ଦୀୟ ଗୀତ । ଇତିମଧ୍ୟରେ ତାଙ୍କ ଫ୍ୟାନ୍ସଙ୍କ ସାମ୍ନାକୁ ଆସିଛି ଗୁଡନ୍ୟୁଜ । ଯାହାକୁ ଶୁଣି ଖୁସି ହୋଇଯିବେ ଫ୍ୟାନ୍ସ । ଆଜ୍ଞା ହଁ, ଏବେ ଗୁରୁ ନିଜ କଣ୍ଠର ଯାଦୁ ସ୍ପାନିସ ମ୍ୟୁଜିକ ଲଭର୍ସଙ୍କ ଉପରେ ଦେଖାଇବାକୁ ଯାଉଛନ୍ତି । ସେ ନିଜର ପ୍ରଥମ ସ୍ପାନିସ ଗୀତ ‘ମ୍ୟୁଭେ ଲା ସିଣ୍ଟୁରା’କୁ ଇଣ୍ଟରନ୍ୟାସନାଲ ଗାୟକ ପିଟବୁଲଙ୍କ ସହ ଆସନ୍ତା 8 ତାରିଖରେ ଲଞ୍ଚ କରିବାକୁ ପ୍ରସ୍ତୁତ ।
- " class="align-text-top noRightClick twitterSection" data="
">
ଗୁରୁ ଇନଷ୍ଟାଗ୍ରାମରେ ତାଙ୍କର ନୂଆ ଗୀତର ଏକ ଫଟୋ ସେୟାର କରି ସୂଚନା ଦେଇଛନ୍ତି । ସେ ଏହାର କ୍ୟାପସନରେ ଲେଖିଛନ୍ତି, ‘ମୋର ପ୍ରଥମ ସ୍ପାନିଶ ଗୀତ 'ମ୍ୟୁଭେ ଲା ସିଣ୍ଟୁରା' ଜୁନ 8 ରେ ପିଟବୁଲଙ୍କ ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲ ଏବଂ ଅନ୍ୟାନ୍ୟ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ କରିବି ।’ ଗତ ବର୍ଷ ଆମେ ଏହି ଭିଡିଓ ସୁଟ କରିଥିଲୁ, ବର୍ତ୍ତମାନ ମୁଁ ଆପଣଙ୍କୁ ମନୋରଞ୍ଜନ କରିବାକୁ ଉତ୍ସାହିତ ଅଛି । ଆପଣଙ୍କ ପ୍ରେମ ଏବଂ ସମର୍ଥନ ପାଇଁ ଧନ୍ୟବାଦ ।’
ପ୍ରକାଶ ଥାଉକି ଏହାପୂର୍ବରୁ ଦୁହେଁ 2019 ରେ ‘ସ୍ଲୋଲି ସ୍ଲୋଲି’ ଗୀତରେ ଏକାଠି କାମ କରିଥିଲେ ।