ETV Bharat / sitara

ମା'ଙ୍କ ସ୍ମୃତିରେ ଅରିଜିତ ଦାନ କଲେ ଅକ୍ସିଜେନ ଥେରାପି ମେସିନ - ପଶ୍ଚିମବଙ୍ଗର ଥିବା ମୁର୍ସିଦାବାଦ ମେଡିକାଲ କଲେଜ ନ୍ୟୁଜ

ପ୍ରଶଂସାରେ ଅରିଜିତ । ପଶ୍ଚିମବଙ୍ଗର ଥିବା ମୁର୍ସିଦାବାଦ ମେଡିକାଲ କଲେଜକୁ ଦାନ କଲେ ନାଜଲ ଅକ୍ସିଜେନ ଥେରାପି ମେସିନ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : May 24, 2021, 7:09 AM IST

କୋଲକାତା: ନିକଟରେ ମା'ଙ୍କୁ ହରାଇଥିବା ଲୋକପ୍ରିୟ ଗାୟକ ଅରିଜିତ ସିଂଙ୍କୁ ନେଇ ନୂଆ ଚର୍ଚ୍ଚା । ବର୍ତ୍ତମାନ ସେ ନିଜ ରାଜ୍ୟବାସୀଙ୍କ ପାଇଁ ସହଯୋଗର ହାତ ବଢାଇଛନ୍ତି । କୋରୋନାର ଏହି ସଙ୍କଟ ସମୟରେ ଧିରେ ଧିରେ କରି ଅନେକ ସେଲିବ୍ରିଟି ଦେଶବାସୀଙ୍କ ସେବା କରିବାକୁ ଆଗେଇ ଆସୁଛନ୍ତି । ଏହି କ୍ରମରେ ଏବେ ସାମିଲ ହୋଇଛନ୍ତି ଅରିଜିତ । ସେ ମଧ୍ୟ ମୁର୍ସିଦାବାଦ ମେଡିକାଲ କଲେଜକୁ ପାଞ୍ଚଟି ହାଇ ଫ୍ଲୋ ଅକ୍ସିଜେନ ମେସିନ୍ ଦାନ କରିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଏହି ପାଞ୍ଚଟି HFNO ମେସିନକୁ ତାଙ୍କ ସ୍ବେଚ୍ଛାସେବୀ ସଂଗଠନ ମାଧ୍ୟମରେ ଶନିବାର ମୁର୍ସିଦାବାଦ ମେଡିକାଲ କଲେଜ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ତାଙ୍କର ଏହି କାର୍ଯ୍ୟ ପାଇଁ ବର୍ତ୍ତମାନ ସବୁ ମହଲରେ ପ୍ରଶଂସା କରାଯାଉଛି ।

ପ୍ରକାଶ ଥାଉକି ଗତ 11 ତାରିଖରେ ଅରିଜିତଙ୍କ ମା'ଙ୍କ ଦେହାନ୍ତ ହୋଇଥିଲା । ସେ କୋରୋନା ପଜିଟିଭ ଥିଲେ । କୋରୋନା କାରଣରୁ ତାଙ୍କ ସ୍ବାସ୍ଥ୍ୟ କ୍ରମାଗତ ଭାବେ ଖରାପ ହେଉଥିଲା, ତେଣୁ ତାଙ୍କୁ କୋଲକାତାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.