ETV Bharat / sitara

ବଢିଲା କଙ୍ଗନାଙ୍କ ଟେନସନ୍, ନୂଆ ପିଟିସନ ଦାଖଲ କଲେ ଜାଭେଦ

author img

By

Published : Mar 4, 2021, 8:29 AM IST

କଙ୍ଗନାଙ୍କ ବିରୋଧରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ ଜାଭେଦ । ପୂର୍ବରୁ ଲଗାଇଥିଲେ ମାନହାନି ମକଦ୍ଦମା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ପୁଣିଥରେ ଚ୍ୟାଲେଞ୍ଜ କରି ଜଣାଶୁଣା ସଙ୍ଗୀତକାର ତଥା ଲେଖକ ଜାଭେଦ ଅଖତର ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଆଉ ତାଙ୍କ ବିରୋଧରେ ନୂଆ ଆବେଦନ ଦାଖଲ କରିଛନ୍ତି। ମୁମ୍ବାଇରେ ଚାଲିଥିବା ତିନୋଟି ମାମଲାକୁ ହିମାଚଳ ପ୍ରଦେଶକୁ ସ୍ଥାନାନ୍ତର କରିବାକୁ ଆବେଦନ କରିଥିବା ଅଭିଯୋଗରେ ଜାଭେଦ, କଙ୍ଗନା ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲଙ୍କ ବିରୋଧରେ ଏହି ଆବେଦନ ଦାଖଲ କରିଛନ୍ତି । ବର୍ତ୍ତମାନ ତାଙ୍କ ପକ୍ଷର ଶୁଣାଣି ନକରିବାକୁ କୋର୍ଟଙ୍କୁ ନିବେଦନ କରିଛନ୍ତି ଜାଭେଦ ।

କଙ୍ଗନା ଏବଂ ରଙ୍ଗୋଲି ଗତ 2 ତାରିଖରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରି କହିଥିଲେ ଯେ ଯଦି ମୁମ୍ବାଇରେ ମାମଲା ଚାଲିବ, ତେବେ ସେମାନଙ୍କ ସମ୍ପତ୍ତି ଏବଂ ଜୀବନ ପ୍ରତି ବିପଦ ରହିଛି । ଏଥିପାଇଁ ସେ ହିମାଚଳ ପ୍ରଦେଶକୁ ଏହି ମାମଲା ସ୍ଥାନାନ୍ତର କରିବାକୁ ଚାହୁଁଛନ୍ତି ।

ପ୍ରକାଶ ଥାଉକି ଟିଭି ସାକ୍ଷାତକାରରେ ତାଙ୍କ ବିରୋଧରେ ବଦନାମ ତଥା ଭିତ୍ତିହୀନ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଜାଭେଦ ଅଭିନେତ୍ରୀଙ୍କ ବିରୋଧରେ ଅନ୍ଧୋରୀ ମେଟ୍ରୋପଲିଟିନ ମାଜିଷ୍ଟ୍ରେଟଙ୍କ ନିକଟରେ ଅପରାଧିକ ଅଭିଯୋଗ ଆଣିଥିଲେ। ଆଇପିସିର ସମ୍ପୃକ୍ତ ବିଭାଗରେ ସେ ଅଭିନେତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅଭିଯୋଗରେ ଦର୍ଶାଯାଇଛି ଯେ କଙ୍ଗନା, ତାଙ୍କ ବିରୋଧରେ ଭିତ୍ତିହୀନ ମନ୍ତବ୍ୟ ଦେଇଛନ୍ତି, ଯାହା ତାଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.