ETV Bharat / sitara

‘ଡାନ୍ସ ଦିୱାନେ 3’ର ଜଜ୍ ହେବେ ସୋନୁ ସୁଦ, ପ୍ରତିଯୋଗୀ ଦେବେ ଟ୍ରିବ୍ୟୁଟ

author img

By

Published : Apr 30, 2021, 10:14 AM IST

ରିଲିଜ ହୋଇଯାଇଛି ‘ଡାନ୍ସ ଦିୱାନେ 3’ର ନୂଆ ପ୍ରୋମୋ ଭିଡିଓ । ଯେଉଁଥିରେ ସୋନୁଙ୍କ ବିଶେଷ ଅବଦାନ ପାଇଁ ଧନ୍ୟବାଦ ଜଣାଉଥିବାର ନଜର ଆସୁଛନ୍ତି ପ୍ରତିଯୋଗୀ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଲୋକପ୍ରିୟ ଅଭିନେତା ସୋନୁ ସୁଦ ଏଥର କଲର୍ସ ଟିଭିର ଡାନ୍ସ ରିୟାଲିଟି ଶୋ ‘ଡାନ୍ସ ଦିୱାନେ 3’ରେ ଜଜ୍ ଭୂମିକାରେ ନଜର ଆସିବେ । ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତଙ୍କ ସ୍ଥାନରେ ତାଙ୍କୁ ରିପ୍ଲେସ କରାଯାଇଛି । କାରଣ ବର୍ତ୍ତମାନ ଶୋର ସୁଟିଂ ବେଙ୍ଗାଲୁରୁରେ ଚାଲିଥିବାରୁ ମାଧୁରୀ ସୁଟିଂ ପାଇଁ ଯାଇପାରିନାହାଁନ୍ତି । ଏଥିପାଇଁ ସୋନୁଙ୍କୁ ଶୋରେ ସାମିଲ କରିଛନ୍ତି ମେକର୍ସ । ଖାଲି ଏତିକି ନୁହେଁ ତାଙ୍କୁ ଶୋରେ ସ୍ବାଗତ ଜଣାଇବା ସହ ଶୋର ପ୍ରତିଯୋଗୀ ତାଙ୍କୁ ତାଙ୍କ ପ୍ରଦର୍ଶନ ମାଧ୍ୟମରେ କୋରୋନା ବିରୋଧରେ ଯୁଦ୍ଧରେ ତାଙ୍କର ବିଶେଷ ଅବଦାନ ପାଇଁ ଧନ୍ୟବାଦ ଦେବେ ।

.

ଯାହାର ପ୍ରୋମୋ ଭିଡିଓ ରିଲିଜ ହୋଇଯାଇଛି । କଲର୍ସ ଟିଭି ଚ୍ୟାନେଲର ଇନଷ୍ଟାଗ୍ରାମରେ ସେୟାର କରାଯାଇଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ସୋନୁଙ୍କ ପାଇଁ ଦମଦାର ପରଫର୍ମନ୍ସ ଦେଉଛନ୍ତି ପ୍ରତିଯୋଗୀ । ଯାହାକୁ ଦେଖି ସୋନୁ ମଧ୍ୟ ଇମୋସନାଲ ହୋଇପଡିଛନ୍ତି ।

ସେହିପରି ଏହାର କ୍ୟାପସନରେ ଲେଖାଯାଇଛି । ‘ଉମିଦ୍ ଜଙ୍ଗାୟେଙ୍ଗେ୍, ୱକ୍ତ କୋ ନଚାଏଙ୍ଗେ । ଏହି ୱିକେଣ୍ଡରେ ଦେଖନ୍ତୁ ଏମିତି କିଛି ଯୋଦ୍ଧାଙ୍କ କାହାଣୀ । ଯେଉଁମାନେ ସାହାସର ସହ ଏହି ମହାମାରୀ ସହିତ ଲଢିଛନ୍ତି ।’

ପ୍ରକାଶ ଥାଉକି ସୋନୁ ଗତ ବର୍ଷରୁ ଦେଶବାସୀଙ୍କ ସେବା କରିଆସୁଛନ୍ତି । ସେ ସୋସିଆଲ ମିଡିଆରେ ଅଭାବୀଙ୍କ ଦୁଃଖ ଦେଖିବା ମାତ୍ରେ ସଙ୍ଗେ ସଙ୍ଗେ ସାହାଯ୍ୟ ପାଇଁ ପହଞ୍ଚିଯାଇଛନ୍ତି । ଏବର୍ଷ ମଧ୍ୟ ସେ ସମାଲ କାର୍ଯ୍ୟ ଜାରି ରଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.