ମୁମ୍ବାଇ: ଟିଭିର କମେଡି କିଙ୍ଗ କପିଲ ଶର୍ମା ପରିଶେଷରେ ସମସ୍ତଙ୍କୁ ଗୁଡନ୍ୟୁଜ ଶୁଣାଇଛନ୍ତି । ଗୁଡନ୍ୟୁଜ ମାନେ ନୁହେଁ ଯେ ସେ ଦ୍ବିତୀୟଥର ପିତା ହେବା ସୂଚନା ଦେଇଛନ୍ତି । କାରଣ ଦୀର୍ଘ ସମୟରୁ ତାଙ୍କ ପିତା ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପିତା ହେବା କଥା ସେ ଖୁଲାସା କରିନାହାଁନ୍ତି ବରଂ ଡିଜିଟାଲ ଡେବ୍ୟୁ ବିଷୟରେ ସମସ୍ତଙ୍କୁ ଜଣାଇଛନ୍ତି । କାରଣ ସେ ଖୁବଶୀଘ୍ର ଡିଜିଟାଲ ଦୁନିଆରେ ପଦାର୍ପଣ କରିବେ । ସୋମବାର ଏହାର ଘୋଷଣା ସେ ସୋସିଆଲ ମିଡିଆରେ କରିଥିଲେ ।
- " class="align-text-top noRightClick twitterSection" data="
">
ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଲେଖିଥିଲେ, ‘ଏହା ହେଉଛି ଶୁଭ ଖବର । ଗୁଜବକୁ ବିଶ୍ବାସ କର ନାହିଁ, କେବଳ ମୋତେ ବିଶ୍ବାସ କର, ମୁଁ ଶୀଘ୍ର ଆସିବି ।’ ସେହିପରି ସେ ଭିଡିଓରେ କହୁଛନ୍ତି, ‘ମୁଁ କପିଲ ଶର୍ମା, ଆସିବି ଆପଣଙ୍କ ଟିଭି, ଫୋନ ଓ ଲ୍ୟାପଟପ୍ ସ୍କ୍ରିନରେ । ନେଟଫ୍ଲିକ୍ସ ଜରିଆରେ । ଖୁବଶୀଘ୍ର ।’
ଏହାବ୍ୟତୀତ ତାଙ୍କ ଡିଜିଟାଲ ଡେବ୍ୟୁକୁ ନେଇ ଅଧିକ ସୂନଚା ସାମ୍ନାକୁ ଆସିନାହିଁ । ସେ କୌଣସି କମେଡି ସିରିୟଲ କିମ୍ବା କେଉଁ ସିରିଜରେ ନଜର ଆସିବେ ତାହା ଜାଣିବା ପାଇଁ ଫ୍ୟାନ୍ସଙ୍କୁ ଅପେକ୍ଷା କରିବାକୁ ପଡିବ । ହେଲେ ଏହା ନିଶ୍ଚିତ ଯେ ସେ ଯେଉଁ ବି ଶୋ କରିବେ ତାଙ୍କୁ 190 ଦେଶର ଦର୍ଶକ ଦେଖିବି ।